ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଯାହାଫଳରେ ଏବେ ଏକ ଲକ୍ଷ ତଳେ ମାମଲା ରହିଛି । ସେହିଅନୁଯାୟୀ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ୫୩,୨୫୬ ନୂତନ ମାମଲା ସାମ୍ନାକୁ ଆସିଛି । ଏହାପରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧ ରେ ପହଁଚିଛି । ସେହିପରି ଏହି ମାରାତ୍ମକ ଭାଇରସ ପାଇଁ ୨୪ ଘଣ୍ଟାରେ ୧୪୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮,୧୩୫ ରେ ପହଁଚିଛି ।
ସେହିପରି ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସେହିଅନୁଯାୟୀ ଦେଶରେ ମୋଟ ୨,୮୮,୪୪,୧୯୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଅନ୍ୟପଟେ ଏବେ ଦେଶରେ ୦୭,୦୨,୮୮୭ ଟି ସକ୍ରିୟ ମାମଲା ରହିଛି ।

Share

Leave a Reply

Your email address will not be published. Required fields are marked *

one × one =