ରାଜ୍ୟରେ ଆରମ୍ଭ ହେଲା ଅନଲାଇନରେ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲାଇନ ପାଠପଢ଼ା । ୟୁଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ ଦ୍ୱାରା ଛାତ୍ର ଛାତ୍ରୀମାନେ ପାଠ ପଢ଼ିଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନେ ପାଠ ପଢ଼ିଥିବା ନଜରକୁ ଆସିଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ପଢା ଆରମ୍ଭ ହୋଇଥିବା ବେଳେ ସାଢେ ୧୦ଟା ଯାଏଁ ଚାଲିବ । ଏହା ପରେ ନବମ ଓ ଦଶମ ପିଲାଙ୍କ ପାଠପଢା ୧୦ଟା ୪୫ରୁ ଗୋଟାଏ ଯାଏଁ ଚାଲିବ । କରୋନା ପାଇଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢା ବ୍ୟାହତ ହୋଇଛି ।

୩ମାସ ଗଡିଗଲାଣି ଏଯାଏଁ କ୍ଲାସରୁମରେ ଶିକ୍ଷାଦାନ ହୋଇପାରିନି । ତେଣୁ ୟୁଟ୍ୟୁବରେ ଶିକ୍ଷାଦାନ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ହୋଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁନ୍ ୨୧ରୁ ଜୁଲାଇ ୩୧ ଯାଏଁ ଚାଲିବ । ସୋମବାରଠୁ ଶୁକ୍ରବାର ଯାଏଁ ହେବ କ୍ଲାସ୍ । ଦିନକୁ ୪ଟି ପିରିଅଡ ରହିବ । ସେହିପରି ଆଜିଠୁ ଜୁଲାଇ ୭ ଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢିବେ ୟୁଟ୍ୟୁବରେ ପାଠ । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ , ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷକ ପିଲାଙ୍କ ଦ୍ୱନ୍ଦ୍ୱ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ ।

Share

Leave a Reply

Your email address will not be published. Required fields are marked *

nine + 18 =