ଲୋକସଭା ସାଂସଦ ଭାବେ ମହମ୍ମଦ ଫୈଜଲଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି

ଲୋକସଭା ସାଂସଦ ଭାବେ ମହମ୍ମଦ ଫୈଜଲଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ଲକ୍ଷଦ୍ବୀପରୁ ସାଂସଦ ଥିବା ମହମ୍ମଦ ଫୈଜଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ହେଲେ ତା’ ପୂର୍ବରୁ ଲୋକସଭା ସଚିବାଳୟ ତାଙ୍କ ସଦସ୍ୟତା ଉପରେ କଟକଣା ହଟାଇଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଏକ ହତ୍ୟା ଉଦ୍ୟମ ମାମଲାରେ ଜାନୁୟାରୀ ୧୧ରେ ଲକ୍ଷଦ୍ବୀପର ଏକ କୋର୍ଟ ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କ ସମେତ ଚାରି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ଏହାଛଡ଼ା ଚାରି ଦୋଷୀଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା।

କୋର୍ଟ ଦଣ୍ଡାଦେଶ ପରେ ଜାନୁଆରୀ ୧୩ରେ ଫୈଜଲଙ୍କ ଲୋକସଭା ସଦସ୍ୟ ରଦ୍ଦ ହୋଇଥିଲା । ତେବେ ତଳକୋର୍ଟ ରାୟକୁ ସେ କେରଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଫୈଜଲଙ୍କ ବିରୋଧରେ ତଳକୋର୍ଟ ରାୟ ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ଏହା ସତ୍ତ୍ବେ ତାଙ୍କୁ ଲୋକସଭା ସାଂସଦ ଭାବେ ପୁନଃ ଅବସ୍ଥାପିତ କରାଯାଇନଥିବାରୁ ଫୈଜଲ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଜି ତାଙ୍କ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା । କିନ୍ତୁ ତା ପୂର୍ବରୁ ଲୋକସଭା ସଚିବାଳୟ ଫୈଜଲଙ୍କୁ ସାଂସଦ ଭାବେ ପୁନଃ ଅବସ୍ଥାପିତ କରିଛି ।

Share

Leave a Reply

Your email address will not be published. Required fields are marked *

10 + 6 =