ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି

ବନ୍ଧୁତାରୁ ପ୍ରେମ, ତା’ପରେ ନିବିଡ଼ ସମ୍ପର୍କ। ଉଭୟ ନିଷ୍ପତ୍ତି ନେଇଥିଲେ ବିବାହ କରିବେ । ବଡ଼ କଥା ପ୍ରେମିକଙ୍କ ବୟସ ୨୦ ବର୍ଷ ହୋଇଥିବାବେଳେ ପ୍ରେମିକାଙ୍କ ବୟସ ୨୮ । ଏବେ ପ୍ରେମିକ ବିବାହ ପାଇଁ ରାଜି ନହେବାରୁ ଥାନାରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରେମିକା । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନାରେ ।

ସୂଚନା ଅନୁଯାୟୀ, ନୀଳାଦ୍ରି ବିହାରର ଏକ ବସ୍ତିରେ ରହୁଥିବା ସମ୍ପୃକ୍ତ ଯୁବତୀ ଓ ଇନ୍‌ଫୋସିଟି ଅଞ୍ଚଳର ଯୁବକଙ୍କ ମଧ୍ୟରେ ଦୁଇବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମିକଙ୍କ ଯୁକ୍ତ ୩ ପରୀକ୍ଷା ଥିବାରୁ ଏବେ ପ୍ରେମ ପାଇଁ ସେ ସମୟ ଦେଇ ପାରିବେନି ବୋଲି କହିଥିଲେ । ଏହା ଶୁଣି ତାଙ୍କୁ ଗାଳିଗୁଲଜ କରିଥିଲେ ପ୍ରେମିକା । ଏମିତି କି ପ୍ରେମିକଙ୍କ ଘରେ ପହଞ୍ଚି ବିବାହ କରିବାକୁ ଜିଦ୍‌ ଧରିଥିଲେ । ନହେଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ । ଏନେଇ ପ୍ରେମିକଙ୍କ ପରିବାର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପ୍ରେମିକାଙ୍କ ଘର ନୀଳାଦ୍ରି ବିହାର ହୋଇଥିବାରୁ ପୁଲିସ ତାଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ପଠାଇ ଦେଇଥିଲା । ପୁଲିସ ଦୁହିଁଙ୍କୁ ଥାନାକୁ ଡକାଇଥିଲା । ଥାନାରେ ପହଞ୍ଚିବା କ୍ଷଣି ଯୁବତୀ ଜଣଙ୍କ ଜୋରରେ ପାଟି କରି ଜିଦ୍‌ ଧରିଥିଲେ ବାହା ହେବାକୁ । ସାଙ୍ଗରେ ଆଣିଥିବା କିଛି ଔଷଧ ଖାଇ ଦେଇଥିଲେ । ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । ଆଇଆଇସି କହିଛନ୍ତି ସେମିତି କିଛି ଘଟିନି । ବିଷ ଖାଇବାକୁ ଧମକ ଦେଉଥିଲେ, ତାଙ୍କୁ ଅନ୍ୟମାନେ ଧରିପକାଇଲେ । ଦୁଇ ଜଣଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 × two =