ରାଜଧାନୀରେ ମାତିଛନ୍ତି ମହିଳା ଲୁଟେରା

ରାଜ୍ୟ ରାଜଧାନୀରେ ବୁଲୁଛନ୍ତି ମହିଳା ଲୁଟେରା। ଧର୍ମାନୁଷ୍ଠାନକୁ ଯାଇ କରୁଛନ୍ତି ଲୁଟପାଟ। ଏଭଳି ଏକ ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ୪ ଜଣ ମହିଳା ଲୁଟେରାଙ୍କ ପାଖରୁ ସୁନା ଚେନ ଜବତ କରିଛି ତମାଣ୍ଡୋ ଥାନା ପୋଲିସ ।

ପୋଲିସ ସୂଚନା ଅନୁସାରେ, ସୋମବାର ତମାଣ୍ଡୋ କ୍ରିକେଟ ଖେଳ ପଡିଆରେ ସଦଗୁରୁ ମାତା ସୁଦୀକ୍ଷା ଜି ମହାରାଜଙ୍କ ସତସଙ୍ଗ ବାଣୀ ଦିଆଯାଉଥିଲା । ଏହି ସମୟରେ ସେହି ସ୍ଥାନରେ ୫ ରୁ ୬ ହଜାର ଭକ୍ତଙ୍କ ସମାବେଶ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ସୁନା ଅଳଙ୍କାର ଚୋରି କରିବା ଯୋଜନା କରି ଭିଡ ଭିତରେ ପଶିଥିଲେ। ଭିଡ଼ର ବାହାନା ଦେଖି କୃତ୍ରିମ ହୋ ହଲ୍ଲା କରି ଦୀଲ୍ଲିପ କୁମାର ମହାରଣାଙ୍କ ସୁନା ଚେନ ଚୋରି କରିଥିଲେ ।

ସୌଭାଗ୍ୟବଶତଃ ଦିଲ୍ଲୀପ କିଛି ଭକ୍ତଙ୍କ ସହଯୋଗରେ କୌଶଳ କ୍ରମେ ଅଭିଯୁକ୍ତା ମାନଙ୍କୁ କାବୁ କରିନେଇଥିଲେ । ପରେ ସେଠାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ମାନଙ୍କୁ ଜିମା ଦେଇଥିଲେ। ଅଭିଯୁକ୍ତା ମାନଙ୍କର ତଲାସି ବେଳେ ସେମାନଙ୍କର ହେପାଜତରୁ ୩ଟି ସୁନା ଚେନ ମିଳିବା ପରେ ସେମାନଙ୍କୁ ଅଧିକ ତଦନ୍ତ ପାଇଁ ଥାନାକୁ ଅଣାଯାଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତାମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ।

Share

Leave a Reply

Your email address will not be published. Required fields are marked *

twenty + 2 =