ଏଣିକି ଚାକିରୀ ଆବେଦନ କଲାବେଳେ ଦେବାକୁ ପଡିବନି ଆବାସିକ ପ୍ରମାଣପତ୍ର

ଭୁବନେଶ୍ୱର() ଏଣିକି ସରକାରୀ ଚାକିରି ପାଇଁ ଆବେଦନ କଲେ ଆବେଦନକାରୀଙ୍କୁ ଆଉ ଦେବାକୁ ପଡିବ ନାହିଁ ଜାତି ପ୍ରମାଣପତ୍ର କିମ୍ୱା ଆବାସିକ ପ୍ରମାଣପତ୍ର ।

ଏହି ନୂତନ ନିୟନ ପରେ ଯଦି ପ୍ରାର୍ଥୀ ପ୍ରଥମ ପର୍ୟ୍ୟାୟରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଆବେଦନ କରିବା ସମୟରେ ସେମାନେ ଆଫିଡେଭିଡ ଦାଖଲ କରିପାରିବେ ପରବର୍ତ୍ତୀ ପ୍ରର୍ୟ୍ୟାୟକୁ ଉନ୍ନତି ହେଲେ ହିଁ ସେମାନେ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ଜଣାପଡିଛି ।

ଏନେଇ ଆଜି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

four + 18 =