ତୁର୍କୀ-ସିରିୟା ଭୂମିକମ୍ପ : ୫୦ ହଜାର ଟପିପାରେ ମୃତ୍ୟୁସଂଖ୍ୟା:

ତୁର୍କୀ – ସିରିୟାରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍ ମୁଖ୍ୟ ମାର୍ଟିନ୍ ଗ୍ରିଫିଥ୍ସ୍ ‘ସ୍କାଏ ନିଉଜ୍’କୁ କହିଛନ୍ତି।
ଭୂମିକମ୍ପର ଉତ୍ପତ୍ତିସ୍ଥଳ ତୁର୍କୀର ଦକ୍ଷିଣାଞ୍ଚଳ ନଗରୀ କାହ୍ରାମାନମାରାସ୍ରେ ପହଞ୍ଚିବା ପରେ ମାର୍ଟିନ୍ ଗ୍ରିଫିଥ୍ସ୍ କହିଛନ୍ତି, ଭଗ୍ନସ୍ତୂପ ଭିତରେ ଖୋଜାଖୋଜି ଚାଲିଥିବାରୁ ମୃତ୍ୟୁସଂଖ୍ୟାର ସଠିକ୍ ଆକଳନ କରିବା କଷ୍ଟସାଧ୍ୟ। ତଥାପି ମୁଁ ନିଶ୍ଚିତ ଯେ, ମୃତ୍ୟୁସଂଖ୍ୟା ଦୁଇଗୁଣରୁ ଅଧିକ ହେବ।
ସୂଚନାଯୋଗ୍ୟ, ମୃତ୍ୟୁସଂଖ୍ୟା ୨୮,୦୦୦ ହୋଇଥିବା ବେଳେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଆହୁରି ମଧ୍ୟ ସେ କହିଛନ୍ତି, ଆମେ ଠିକ୍ ଭାବେ ମୃତ୍ୟୁସଂଖ୍ୟା ଗଣନା ଆରମ୍ଭ କରିନାହୁଁ।
ସିଏନ୍ଏନ୍’ ଜାରି କରିଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଶନିବାର ସୁଦ୍ଧା ତୁର୍କୀ ଓ ସିରିୟାରେ ମୃତ୍ୟୁସଂଖ୍ୟା ୨୯,୮୯୬ରେ ପହଞ୍ଚିଛି।
ଭୂମିକମ୍ପ ଯୋଗୁଁ ପ୍ରାୟ ୨୬ ନିୟୁତ ଜନତା ପ୍ରଭାବିତ ହୋଇଥିବା ଦର୍ଶାଇ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଦୁଇ ଦେଶ ପାଇଁ ୪୨.୮ ନିୟୁତ ଡଲାର୍ ସହାୟତା ପାଇଁ ନିବେଦନ କରିଛି।
ତୁର୍କୀର ପ୍ରାକୃତିକ ବିପର୍ୟ୍ୟୟ ଏଜେନ୍ସି କହିଛି ଯେ, ତୁର୍କୀ ସଙ୍ଗଠନମାନଙ୍କ ତରଫରୁ ୩୨୦୦୦ରୁ ଅଧିକ ଲୋକ ତଲାସ ଓ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ୮,୨୯୪ ଆନ୍ତର୍ଜାତିକ ଉଦ୍ଧାରକାରୀ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

7 − one =