ଏହା ହେଉଛି ବିଶ୍ୱର ସବୁଠାରୁ ଲମ୍ୱା ପାଦଚଲା ଗ୍ଲାସ ବ୍ରିଜ

ବିଶ୍ୱରେ ମଣିଷଙ୍କ ଦ୍ୱାରା ବନାଯାଇଥିବା ଅନେକ ଆଶ୍ଚର୍ଯ୍ୟଜନକ ପୋଲ ରହିଛି। ଆହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥାନ୍ତି। ଏଭଳି ବିଶ୍ୱର ସବୁଠୁ ଲମ୍ୱା ଚାରଟି ବ୍ରିଜ ଦେଖାଇବୁ ଯାହାର ନିର୍ମାଣ ଦେଖି ଆପଣ ତାଜୁବ ହୋଇଯିବେ।

ବାଚ୍ ଲଙ୍ଗ୍ ବ୍ରିଜ୍: ବର୍ତ୍ତମାନ ବିଶ୍ୱର ସବୁଠୁ ଲମ୍ବା ବୋଲି ଦାବି କରୁଥିବା ଏହି ବିଶାଳ ଗ୍ଲାସ୍ ବ୍ରିଜ୍ ଖୋଲାଯାଇଛି। କିନ୍ତୁ ଏହା କେବଳ ସାହସୀମାନଙ୍କ ପାଇଁ। ଏହା ଭିଏତନାମରେ ରହିଛି ଏବଂ ବାଚ୍ ଲଙ୍ଗ୍ ପଥଚାରୀ ବ୍ରିଜ୍ ଭାବରେ ଜଣାଶୁଣା। ଏହାକୁ ସ୍ଥାନୀୟ ଭାଷାରେ ଏହାକୁ ହ୍ୱାଇଟ ଡ୍ରାଗନ୍ ମଧ୍ୟ କୁହାଯାଏ।

ଟେମଡେଡ୍ ଗ୍ଲାସରେ ନିର୍ମିତ ବ୍ରିଜ: ଏହି ବ୍ରିଜ ୬୩୨ ମିଟର ଲମ୍ୱା ଏବଂ ଏକ ବଡ଼ ଜଙ୍ଗଲ ଠାରୁ ୧୫୦ ମିଟର ଉଚ୍ଚତାର ବନାଯାଇଛି। ବ୍ରିଜର ଚଟାଣ ଫ୍ରେଞ୍ଚ ନିର୍ମିତ ଟେମଡେଡ୍ ଗ୍ଲାସରେ ବନାଯାଇଛି। ଯାହା ଏକ ସମୟରେ ୪୫୦  ଲୋକ ଏଥିରେ ଚଳପ୍ରଚଳ କରିପାରିବେ।

ବିଶ୍ୱର ସବୁଠୁ ଲମ୍ୱା ଗ୍ଲାସ ବ୍ରିଜ: ଗ୍ଲାସ୍ ଫର୍ସର ଅର୍ଥ ହେଉଛି ଯେ ପର୍ଯ୍ୟଟକମାନେ ବୁଲିବା ସମୟରେ ଚମତ୍କାର ଦୃଶ୍ୟ ଉପଭୋଗ କରିପାରିବେ। ଯାତ୍ରୀମାନେ ବ୍ରିଜ ଉପରେ ଠିଆ ହୋଇଥିବାବେଳେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।  ଏହାକୁ ପରିଚାଳନା କରୁଥିବା କମ୍ପାନୀ କହିଛି ଯେ ଏହା ହେଉଛି ଦୁନିଆର ସବୁଠାରୁ ଲମ୍ବା ଗ୍ଲାସ୍ ବ୍ରିଜ୍, ଯାହା ଚାଇନାର ଗୁଆଙ୍ଗଡୋଙ୍ଗରେ ରହିଛି।

ବାଖ୍ ଲଙ୍ଗ୍ ବ୍ରିଜ: ବାଖ୍ ଲଙ୍ଗ୍ ହେଉଛି ଭିଏତନାମର ତୃତୀୟ ଗ୍ଲାସ୍ ବ୍ରିଜ୍, ସ୍ଥାନୀୟ ବାସିନ୍ଦା ବୁଇ ୱାନ୍ ଥାକ୍ କହିଛନ୍ତି ଯେ ଆଶା କରୁଛୁ ଏହା ଅଧିକ ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳ ପରିଦର୍ଶନ କରିବାକୁ ଉତ୍ସାହିତ କରିବ। ଆସନ୍ତା ମାସରେ ଗିନିଜ ୱାର୍ଲ୍ଡ ରେକର୍ଡ ଅଧିକାରୀମାନେ ଏହି ଦାବିକୁ ନିଶ୍ଚିତ କରିବେ ବୋଲି ଆଶା କରାଯାଉଛି।

Share

Leave a Reply

Your email address will not be published. Required fields are marked *

three × 5 =