ଆଜିଠାରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟି-୨୦ ସିରିଜରେ ଶ୍ରୀଲଙ୍କାକୁ ୨-୧ରେ ହରାଇଛି । ଏବେ ଦଳର ନଜର ଦିନିକିଆ ସିରିଜ୍ ଉପରେ ରହିଛି । ଦିନିକିଆ ଦଳର ନେତୃତ୍ୱ ନେବେ ନିୟମିତ ଅଧିନାୟକ ରୋହିତ ଶର୍ମା । ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ଆହତ କାରଣରୁ ସେ ଟି-୨୦ ଶୃଙ୍ଖଳା ଖେଳି ପାରିନଥିଲେ । ଏବେ ସେ ସଂପୂର୍ଣ୍ଣ ଫିଟ୍‌ ହୋଇ ପଡିଆକୁ ଓହ୍ଲାଇବାକୁ ଯାଉଛନ୍ତି ।

ଭାରତ-ଶ୍ରୀଲଙ୍କ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆସାମର ଗୌହାଟୀ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଝଟକା ଲାଗିଛି । ଦଳରୁ ବାଦ୍‌ପଡ଼ିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା । ଟି-୨୦ ବିଶ୍ୱକପ ପୂର୍ବରୁ ଆହତ ଯୋଗୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଛନ୍ତି ବୁମରା ।
ବାଂଲାଦେଶ ସିରିଜରେ ମଧ୍ୟ ସେ ଦଳରେ ସାମିଲ ହୋଇନଥିଲେ । ହେଲେ ଭାରତ-ଶ୍ରୀଲଙ୍କା ୱାନଡେ ସିରିଜ୍‌ ପାଇଁ ବିସିସିଆଇ ୬ଦିନ ପୂର୍ବରୁ ବୁମରାଙ୍କୁ ସ୍କ୍ୱାର୍ଡରେ ସାମିଲ କରିଥିଲା । ଏବେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଦଳରୁ ପୁଣି ଥରେ ବାଦ୍‌ ପଡ଼ିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ତାଙ୍କୁ ଟିମରୁ ବାଦ୍ ଦିଆଯାଇଛି ବୋଲି ବିସିସିଆଇ କହିଛି ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୋଟ୍‌ ୧୬୨ଟି ଦିନିକିଆ ମ୍ୟାଚ୍‌ ଖେଳା ଯାଇଛି । ଏଥିରୁ ଭାରତୀୟ ଦଳ ୯୩ଟି ଜିତିଥିବା ବେଳେ ଶ୍ରୀଲଙ୍କା ୫୭ ମୁକାବିଲା ଜିତିଛି । ୧୧ଟି ମ୍ୟାଚ୍‌ ମ୍ୟାଚର ଫଳାଫଳ ବାହାରିନଥିବା ବେଳେ ଗୋଟିଏ ମ୍ୟାଚ୍‌ ଟାଇ ରହିଛି । ଦୁଇ ଦଳ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ୧୯୭୯ରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ଶ୍ରୀଲଙ୍କା ଜିତିଥିଲା ।

ଭାରତ-ଶ୍ରୀଲଙ୍କା ଦିନିକିଆ ମ୍ୟାଚରେ ସର୍ବାଧିକ ରନ କରିବାର ରେକର୍ଡ ମହାନ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ୧୯୯୦ରୁ ୨୦୧୨ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ ୮୪ ମ୍ୟାଚ୍‌ ଖେଳି ୪୩.୮୪ ହାରରେ ୩୧୧୩ ରନ କରିଛନ୍ତି । ଏଥିରେ ୮ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ୍‌ । ଏହା ପରେ ତାଲିକାରେ ଅଛନ୍ତି ସନଥ ଜୟସୁରିୟା(୨୮୯୯ ରନ), କୁମାର ସାଙ୍ଗାକାରା(୨୭୦୦ ରନ), ମହେଲା ଜୟବର୍ଦ୍ଧନେ(୨୬୬୬ ରନ) ଏବଂ ଏମଏସ ଧୋନୀ(୨୩୮୩)ଙ୍କ ପରି ପୂର୍ବତନ ବ୍ୟାଟସମ୍ୟାନ ଅଛନ୍ତି ।

ସେହିପରି ମହାନ ସ୍ପିନର ମୁଥେୟା ମୂରଲିଧରନ୍ ଭାରତ-ଶ୍ରୀଲଙ୍କା ଦିନିକିଆରେ ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର । ସେ ଭାରତ ବିପକ୍ଷରେ ୬୩ ମ୍ୟାଚ୍‌ ଖେଳି
୭୪ ଓ୍‌ିକେଟ୍‌ ନେଇଛନ୍ତି । ବୋଲିଂ ହାର ୩୧.୭୮ ଏବଂ ଇକୋନୋମି ୪.୨୮ ରହିଚି । ତାଙ୍କ ପରେ ଚାମିଣ୍ଡା ଭାସ୍‌(୭୦ ୱିକେଟ୍‌), ଜାହିର ଖାନ(୬୬ ୱିକେଟ୍‌), ହରଭଜନ ସିଂ(୬୧ ୱିକେଟ୍‌) ଏବଂ ଅଜିତ ଅଗରକର(୪୯ ୱିକେଟ୍‌) ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

14 − 11 =