ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ, ୨୬ରେ ମସ୍କୋ ଯିବେ

ଯୁଦ୍ଧ ଭିତରେ ବଡ଼ ଖବର । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ । ମଙ୍ଗଳବାର ମସ୍କୋ ଯିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୨୬ ତାରିଖରେ ସେ ମସ୍କୋ ଯିବେ । ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ୟୁକ୍ରେନ-ରୁଷ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବେ । ଯୁଦ୍ଧ ସମୟରେ ଜାତିସଂଘ ମହାସଚିବଙ୍କ ମସ୍କୋ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଯୁଦ୍ଧ ବନ୍ଦ ପାଇଁ କହିପାରନ୍ତି ଆଣ୍ଟୋନିଓ ଗୁଟେରସ୍‌ । ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ସହ ମଧ୍ୟ ଆଲୋଚନା କରିବେ ।

ପୁଟିନଙ୍କୁ ଭେଟିବା ପରେ ଗୁରୁବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ ଜାତିସଂଘ ମହାସଚିବ । ଆଣ୍ଟୋନିଓ ଗୁଟେରସ୍‌ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କୁ ମଧ୍ୟ ଭେଟିବେ । ପୂର୍ବରୁ ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ୍‌ର ଭୋଲୋଦମିର ଜେଲେନ୍‌ସ୍କିଙ୍କ ସହ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଜାତିସଂଘ ସଚିିବ ଆଣ୍ଟୋନିଓ ଗୁଟେରସ୍‌ । ଦୁଇ ରାଷ୍ଟ୍ରପତିଙ୍କୁ ଭେଟିବା ପରେ କ’ଣ ନିର୍ଯାସ ବାହାରୁଛି, ତାରି ଉପରେ ସାରା ବିଶ୍ୱର ନଜର ।.

Share

Leave a Reply

Your email address will not be published. Required fields are marked *

17 − 12 =