ଖୋଲିବ ଜଗତସିଂହପୁର ଜିଲ୍ଲାର ଧର୍ମାନୁଷ୍ଠାନ

ଜଗତସିଂହପୁର: ଆସନ୍ତାକାଲିଠୁ ଜଗତସିଂହପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଜିଲ୍ଲାପାଳ-ମନ୍ଦିର କର୍ମକର୍ତ୍ତାଙ୍କ ଆଲୋଚନା ପରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଶାରଳା ପୀଠ, ଗୋରଖନାଥ ପୀଠ ସହ ସମସ୍ତ ମନ୍ଦିର ଖୋଲିବାକୁ ଅନୁମତି ରହିଛି । ସକାଳ ୭ଟା ୩୦ରୁ ସନ୍ଧ୍ୟା ଆଳତୀ ପର‌୍ୟ୍ୟନ୍ତ ମନ୍ଦିର ଖୋଲା ରଖିବାକୁ ଅନୁମତି ମିଳିବ । ତେବେ ମନ୍ଦିର ଗର୍ଭ ଗୃହକୁ ପ୍ରବେଶ, ଭୋଗ ଓ ପ୍ରସାଦ ସେବନ ଆଦି ବାରଣ ରହିଛି । ତେବେ ଅଗଷ୍ଟ ଗାଇଡ଼ ଲାଇନ ରେ ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । ସ୍ଥାନୀୟ ଜିଲାପାଳ ଅନୁମତି ଦେଲେ ମନ୍ଦିର ଖୋଲି ପାରିବ । ଯାହାକୁ ନେଇ ଭକ୍ତ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

20 − 2 =