ଚଷମା ପିନ୍ଧିବାରୁ ଦାଗ ହୋଇଛି କି ? ପ୍ରତିକାର କରନ୍ତୁ

ଚଷମା ପିନ୍ଧିବା କାରଣରୁ ଯଦି ଆପଣଙ୍କ ନାକରେ ଦାଗ ରହି ଯାଇଛି। ଯେଉଁ କାରଣରୁ ଚେହେରା ବହୁତ ଖରାପ ଦେଖା ଯାଉଛି। ତେବେ ଚିନ୍ତା କରନ୍ତୁ ନାହିଁ ଏହି ଘରୋଇ ଉପଚରର ସାହାଯ୍ୟ ନିଅନ୍ତୁ। ଏହି ଘରୋଇ ଉପଚାର ଦ୍ବାରା ଆପଣଙ୍କ ଚେହେରାରୁ ସବୁ ଦାଗ ଦୂର ହୋଇଯିବ।
କମଳାର ଚୋପାକୁ ଖରାରେ ଶୁଖାଇ ପେଶି ଦିଅନ୍ତୁ। କମଳା ଚୋପାର ପ୍ରସ୍ତୁତ ପାଉଡରକୁ ଅଧା ଚାମଚ କ୍ଷୀରରେ ମିଶାଇ ନାକରେ ଦାଗ ହୋଇଥିବା ସ୍ତାନରେ ଲାଗାନ୍ତୁ। ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
ଲେମ୍ବୁ
ଗୋଟିଏ ଚାମଚ ଲେମ୍ବୁର ରସରେ ଏକ ଚାମଚ ପାଣି ମିଶାଇ ତୁଳା ସାହାଯ୍ୟରେ ଚଷମା ଦ୍ବାରା ହୋଇଥିବା ଦାଗ ଉପରେ ଲଗାନ୍ତୁ। ଏହି ରସକୁ ୧୫ ମିନିଟ ପର୍ୟ୍ୟନ୍ତ ଲଗାଇ ରଖିବା ପରେ ଚେହେରାକୁ ଧୋଇ ସଫା କରି ଦିଅନ୍ତୁ। ସବୁଦିନ ଏହି ଉପଚାରକୁ ବ୍ୟବହାର କରିବା ଦ୍ବାରା ପ୍ରାୟ କିଛି ଦିନ ମଧ୍ୟରେ ଏହି ଦାଗ ଦୂର ହୋଇଯିବ।
କାକୁଡି
କାକୁଡି ଚେହେରାର ଦାଗ ଏବଂ ଚିହ୍ନକୁ ଦୂର କରିବାର ଏକ ରାମବାଣ ଉପାୟ ଅଟେ। ନାକରୁ ଚଷମାର ଦାଗ ଦୂର କରିବା କାକୁଡିର ବ୍ୟବହାର କରାଯାଏ। ଏଥିପାଇଁ ଦାଗ ହୋଇଥିବା ସ୍ତାନରେ କାକୁଡିର ଛୋଟ ଖଣ୍ଡକୁ ଘଷନ୍ତୁ। ଏମିତି କରିବା ଦ୍ବାରା ଶୀଘ୍ର ଦାଗ ଦୂର ହୋଇଯିବ।

Share

Leave a Reply

Your email address will not be published. Required fields are marked *

two × 3 =