କ୍ୟାନ୍ସରକୁ ହରାଇ ଭାରତ ଫେରିଛନ୍ତି ସୋନାଲି

କିଛି ମାସ ପୂର୍ବେ କ୍ୟାନ୍ସର ଭଳି ଗମ୍ଭୀର ରୋଗରେ ପୀଡ଼ିତ ଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭାରତ ଫେରିଛନ୍ତି ।ସେ ଆମେରିକାର ନ୍ୟୁୟର୍କ ସହରରେ କରାଉଥିଲେ ନିଜର ଚିକିତ୍ସା । ଏଥିମଧ୍ୟରେ ସୋନିଲାଙ୍କ ଅନେକ ଫଟୋ ସୋସିଆଲ ମିଡ଼ିଆରେ ଆସିବା ସହ ତାହା ବହୁ ସଂଖ୍ୟାକ ଭାଇରାଲ ମଧ୍ୟ ହୋଇଥିଲା। କିନ୍ତୁ ବହୁ କଷ୍ଠ ଏବଂ ସଠିକ୍ ଚିକିତ୍ସା ପରେ ଏବେ ଜୀବନ ବାଜି ଜିତି ନିଜ ଦେଶକୁ ଫେରିଛନ୍ତି ଅଭିନେତ୍ରୀ ସୋନାଲି।
ଗତ ରାତି ପ୍ରାୟ ୨:୪୫ମିନିଟରେ ମୁମ୍ବାଇ ଏୟାରପୋର୍ଟରେ ସୋନାଲିଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କ ଚେହେରାରେ ନିଜ ଦେଶକୁ ଫେରିବାର ଖୁସି ଝଲସୁଥିଲା। ଏହି ସମୟରେ ଅଭିନେତ୍ରୀ ସ୍ବାମୀ ଗୋଲ୍ଡି ବହଲଙ୍କ ସହ ନଜର ଆସିଥିଲେ। ସେ ତାଙ୍କ ସହ ମିଡ଼ିଆକୁ ଅନେକ ପୋଜ୍ ଦେବା ସହ ଧନ୍ୟବାଦ ମଧ୍ୟ ଜଣାଇଥିଲେ।ସୋନାଲିଙ୍କ ସ୍ବାମୀ ଗୋଲ୍ଡି କହିଛନ୍ତି, ପାଖପାଖି ୬ମାସର ଚିକିତ୍ସା ପରେ ସୋନାଲି ବହୁତ ଭଲ ଅନୁଭବ କରୁଛନ୍ତି। ଏଥିସହ ସେ ବହୁତ ଶୀଘ୍ର ଆରୋଗ୍ୟ ମଧ୍ୟ ହୋଉଛନ୍ତି। ସୋନାଲି ଜୁଲାଇ ମାସରେ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ। ଏହା ବିଷୟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ।

Share

Leave a Reply

Your email address will not be published. Required fields are marked *

5 × two =