ସ୍ମାର୍ଟ ସିଟିର ସ୍ମାର୍ଟ ଖେଳ : ‘ଆମେ ବି କମ୍ ନୁହଁ’

ଭୁବନେଶ୍ୱର () ମନ୍ଦିରମାଳିନୀ ଭୁବନେଶ୍ୱର ଏବେ ସ୍ମାର୍ଟ ହେଇଯାଇଛି । ସହରର ବିଭିନ୍ନ ସ୍ଥାନରେ ରଙ୍ଗୀନ ବିଷୟବସ୍ତୁ ଆଧାରିତ ଚିତ୍ର ସହ ସର୍ବସାଧାରଣ ସ୍ଥାନରେ ଲୋଭନୀୟ ଓ ଆକର୍ଷଣୀୟ ନିର୍ମାଣ ଏବଂ ସର୍ବସାଧାରଣ ସ୍ଥାନର ପୁନର୍ବିନ୍ୟାସ ପୁରା ସହରକୁ ନୂଆ ରୂପରେ ସଜେଇଛି ।

ବିଶ୍ୱକପ ହକିର ଆୟୋଜନ ପରି ଗୌରବମୟ ସମୟରେ ଏଭଳି ଭୁବନେଶ୍ୱରର ଏହି ରୂପାନ୍ତରରେ ରାଜଧାନିବାସୀ ସାମିଲ ହୋଇଛନ୍ତି । ଭୁବନେଶ୍ୱର ପାଇଁ ମନ ପସନ୍ଦର ସ୍ଥାନରେ ଡେଇଁ ସେହି ଫୋଟୋକୁ ସୋସିଆଲ ମିଡିଆରେ ସେୟାର ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ।

ଓଡ଼ିଆ ସିନେ ତାରକା ବାବୁ ସାନଙ୍କ ସହ ୠତୁରାଜ ମହାନ୍ତି, ପ୍ରକୃତି ମିଶ୍ର, ସୁଲଗ୍ନା ରାଉତରାୟ, ଦୌଡରାଣୀ ଦୁତି ଚାନ୍ଦଙ୍କ ଭଳି ସେଲିବ୍ରିଟି ନିଜ ପସନ୍ଦର ସ୍ଥାନରେ ଡିଆଁ ମାରି ଫୋଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିସହ ସେମାନେ ନିଜ ବନ୍ଧୁଙ୍କୁ ମଧ୍ୟ ଏହି ପ୍ରତିଯୋଗିତାରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × two =