ରିଳିଜ ହେଲା ‘ୟମଲା ପଗଲା ଦିୱାନା ଫିର ସେ’ ଫିଲ୍ମର ଟ୍ରେଲର

ମୁମ୍ବାଇ: ପରଦାକୁ ଆସିଲା ଧର୍ମେନ୍ଦ୍ର, ସନି ଦେଓଲ ଏବଂ ବବି ଦେଓଲଙ୍କ ଅଭିନୀତ କମେଡି ‘ୟମଲା ପଗଲା ଦିୱାନା ଫିର ସେ’ର ଟ୍ରେଲର । ଏହି କମେଡି ଫିଲ୍ମ ଟି ଦେଓଲ ଫଯାମିଲି ଅଭିନୀତ, ‘ୟମଲା ପଗଲା ଦିୱାନା’ ଫିଲ୍ମ ସିରିଜର ତୃତୀୟ ଫିଲ୍ମ ା  ମୁଭିଟିର ନିର୍ଦ୍ଦେଶନା ନବନୀତ ସିଂ ଦେଇଥିବା ବେଳେ ଫିଲ୍ମ ୩୧ ଅଗଷ୍ଟରେ ରିଲିଜ ହେବ ।କମେଡିରେ ଭରପୁର ଏହି ଫିଲ୍ମରେ ଦର୍ଶକଙ୍କୁ ଅନେକ ସରପ୍ରାଇଜ ପ୍ୟାକେଜ ଦେଖିବାକୁ ମିଳିବ । ଦେଓଲ ପରିବାରର ଏହି କମେଡି ଚଳଚିତ୍ରରେ ସଲମାନ ଖାନଙ୍କ ଏଣ୍ଟ୍ରି ରହିଛି ବୋଲି ଆଗରୁ ଖବର ଶୁଣିବାକୁ ମିଳିଥିବା ବେଳେ  ଫିଲ୍ମରେ କେବଳ ସଲମାନ ଖାନ ନୁହେଁ ବରଂ ଶତୃଘ୍ନ ସିହ୍ନା, ସୋନାକ୍ଷୀ ସିହ୍ନା ଏବଂ ଅଭିନେତ୍ରୀ ରେଖାଙ୍କର ସ୍ପେଶାଲ ଏଣ୍ଟ୍ରି ଦେଖିବାକୁ ମିଳିବ । ଟ୍ରେଲରର ଶେଷରେ ସଲମାନ ଖାନ, ସୋନାକ୍ଷୀ ଏବଂ ରେଖାଙ୍କର ମଜାଦାର ଗୀତ ଦେଖିବାକୁ ମିଳିବ ।

Share

Leave a Reply

Your email address will not be published. Required fields are marked *

two × one =