କାହିଁକି କଳା କୋଟ ହିଁ ପିନ୍ଧିଥାନ୍ତି ଓକିଲ, ଜାଣନ୍ତୁ ଏହା ପଛର କାରଣ

ଆପଣ କେବେ ଭାବିଛନ୍ତି ବା କେବେ ମନକୁ ଆସିଛି ଯେ ଓକିଲ ମାନଙ୍କର ଡ୍ରେସକୋଡ ଏମିତି କଣ ପାଇଁ, ଅନ୍ୟ କେଉଁ ରଙ୍ଗ କାହିଁକି ହେଲା ନାହିଁ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା କୌଣସି ଫ୍ୟାସନ ନୁହେଁ ବରଂ ଏହା ପଛରେ ଏକ ବହୁତ କାରଣ ରହିଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୩୨୭ରୁ ଏଡଓ୍ଵାର୍ଡ ତ୍ରୁତୀୟ ପ୍ରଥମେ ଓକିଲାତି ଆରମ୍ଭ କରିଥିଲେ ଏବଂ ସେହି ସମୟରେ ଡ୍ରେସକୋଡ ଆଧାରରେ ନ୍ୟାୟାଧୀଶଙ୍କ ବେଶଭୂଷା ପ୍ରସ୍ତୁତ କରାଯାଇଥିଲା। ସେହି ସମୟରେ ଜଜ୍ ନିଜ ମୁଣ୍ଡରେ ନକଲି କେଶ ବା ଓ୍ଵିଗ ପିନ୍ଧୁଥିଲେ।

ସେହି ସମୟରେ ଅଦାଲତରେ ସୁନେଲୀ ଲାଲ ରଙ୍ଗର କପଡା ଏବଂ ଧୂଷର ରଙ୍ଗର ଗାଉନ ପିନ୍ଧୁଥିଲେ। ଏହାପରେ ୧୬୦୦ରେ ଓକିଲଙ୍କ ବେଶଭୂଷାରେ ପରିବର୍ତ୍ତନ ଆସିଲା ଏବଂ ୧୬୩୭ରେ ଏହି ପ୍ରସ୍ତାବ ରଖାଗଲା ଯେ କାଉନସିଲକୁ ଜନତାଙ୍କ ଅନୁରୂପରେ ହିଁ କପଡା ପିନ୍ଧିବା ଉଚିତ। ଏହାପରେ ଓକିଲ ଲମ୍ବା ଗାଉନ ପିନ୍ଧିବା ଆରମ୍ଭ କରିଦେଲେ। ଏମିତି କୁହାଯାଏ ଯେ ଏହି ବେଶଭୂଷା ବିଚାରପତି ଏବଂ ଓକିଲଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଭିନ୍ନ କରୁଥିଲା।

ବର୍ଷ ୧୯୬୪ରେ ବ୍ରିଟେନର ମହାରାଣୀ କ୍ୱିନ ମେରୀଙ୍କର ମ୍ରୁତ୍ୟୁ ହୋଇଗଲା। ଏହାପରେ ତାଙ୍କ ସ୍ୱାମୀ ରାଜା ଓ୍ଵିଲିୟମ ସମସ୍ତ ବିଚାରପତି ଏବଂ ଓକିଲଙ୍କୁ ସାର୍ବଜନିକ ରୂପରେ ଶୋକ ମନାଇବା ପାଇଁ କଳା ଗାଉନ ପିନ୍ଧି ଏକାଠି ହେବା ପାଇଁ ଆଦେଶ ଦେଲେ। ଏହି ଆଦେଶକୁ କେବେବି ରଦ୍ଦ କରାଗଲା ନାହିଁ। ଏହାପରେ ସେବେଠାରୁ ଆଜି ପର୍ୟ୍ୟନ୍ତ ଏହି ପ୍ରଥା ଚାଲି ଆସୁଛି।

ଏବେ କଳାକୋଟ ଓକିଲମାନଙ୍କର ପରିଚୟ ହୋଇଗଲାଣି। ଅଧିନିୟମ ୧୯୬୧ ଦ୍ୱାରା ଅଦାଲତରେ ଧଳା ବ୍ୟାଣ୍ଡ ଟାଏ ସହିତ କଳା କୋଟ ପିନ୍ଧି ଆସିବାକୁ ବାଧ୍ୟତାମୂଳକ କରିଦିଆଗଲା। ଏମିତି ବି ମନେ କରାଯାଏ ଯେ କଳା କୋଟ ଏବଂ ଧଳା ସାର୍ଟ ଓକିଲଙ୍କ ମଧ୍ୟରେ ଶୃଙ୍ଖଳା ଆଣିଥାଏ ଏବଂ ସେମାନଙ୍କ ମଧ୍ୟରେ ନ୍ୟାୟ ପ୍ରତି ବିଶ୍ୱାସ ଜନ୍ମିଥାଏ।

Share

Leave a Reply

Your email address will not be published. Required fields are marked *

one × three =