ସାବଧାନ, ଆସୁଛନ୍ତି ମନ୍ତ୍ରୀ … ଅନ ଦି ସ୍ପଟ ଆକ୍ସନ

ଭୁବନେଶ୍ୱର () ଉଚ୍ଚଶିକ୍ଷା ବିଭାଗରେ ଏବେ ଭାଲେଣି ପଡ଼ିଲାଣି । ବିଭାଗୀୟ ମନ୍ତ୍ରୀଙ୍କ କଠୋର କାର୍ଯ୍ୟାନୁଷ୍ଠାନ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଭୟ ସୃଷ୍ଟି କରିଛି । ଅଚାନକ ଗସ୍ତ ସାଙ୍ଗକୁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା କିରାଣୀଙ୍କ ଠାରୁ କୁଳପତିଙ୍କ ଯାଏଁ ସମସ୍ତଙ୍କୁ ଚକିତ କରିଛି ।

ଗତକାଲି ଚୌଦ୍ୱାର ମହାବିଦ୍ୟାଳୟର କନିଷ୍ଠ କିରାଣୀ ରବୀନ୍ଦ୍ର ପୃଷ୍ଟିଙ୍କୁ ପ୍ରଶାସନିକ କାରଣରୁ ବଦଳି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜାରି ବଦଳି ଆଦେଶ ବଳରେ ତାଙ୍କୁ ନରସିଂହପୁର ମହାବିଦ୍ୟାଳୟକୁ ବଦଳି କରାଯାଇଛି । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି ।

ଗତ ଅଗଷ୍ଟ 14 ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଚୌଦ୍ୱାର ମହାବିଦ୍ୟାଳୟକୁ ଅଚାନକ ଗସ୍ତରେ ଯାଇଥିଲେ । ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ପୃଷ୍ଟିଙ୍କୁ ବିରୋଧରେ ଅନେକ ଅଭିଯୋଗ ହୋଇଥିଲା । ସେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା । ନିର୍ଦ୍ଦେଶାଳୟ ଏହି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ ବଦଳି ଆଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

14 − eight =