ଯୁବତୀଙ୍କ ସହ ଇମ୍ରାନଙ୍କ ଭିଡିଓ ଭାଇରାଲ

ପାକିସ୍ତାନରେ ୨ ଜଣ ଯୁବତୀ ହରୀମ ଶାହ ଓ ସୁନ୍ଦଲ ଖଟକ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଦେଶମନ୍ତ୍ରୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କର ଟିକଟକ୍ ଭିଡିଓ କରିସାରିଲେଣି। ଏମାନଙ୍କୁ ଟିକଟକ୍ ନିଶା ଏପରି ଘାରିଛି ଯେ ରାଜନେତାଙ୍କ ସହ ଭିଡିଓ କରିବା ଲାଗି ସେମାନଙ୍କୁ ଧୋକା ଦେବାକୁ ବି ପଛଉ ନାହାନ୍ତି।

ତେବେ ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ଯେଉଁ ଲୋକଙ୍କୁ ସାଧାରଣରେ ଭେଟିବା ବି ସମ୍ଭବ ନୁହେଁ ସେମାନଙ୍କ ସହ ଏମାନେ ଭିଡିଓ କରୁଛନ୍ତି କେମିତି ?
ପାକିସ୍ତାନୀ ନ୍ୟୁଜ୍ ଚାନେଲ ଏନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପାକିସ୍ତାନ ତେହେରିକ-ଏ-ଇଂସାଫର ସେ ଜଣେ ସମର୍ଥକ। ଏଣୁ ନେତାଙ୍କୁ ଭେଟିବାରେ ତାଙ୍କ ପାଇଁ କିଛି ଅସୁବିଧା ନାହିଁ। ସୁନ୍ଦଲ ଆହୁରି କହିଛନ୍ତି ସେ ଏକଦା ପିଟିଆଇ ନେତା ତଥା ପଞ୍ଜାବର ମନ୍ତ୍ରୀ ଫୟାଜ-ଉଲ-ହସନଙ୍କୁ ଭେଟିବାକୁ ଯାଇଥିବା ବେଳେ ଟିକଟକ୍ ଭିଡିଓ କଥା ତାଙ୍କ ମନକୁ ଆସିଥିଲା। ଏହି ଭିଡିଓକୁ ବେଶ ରେସପନ୍ସ ବି ମିଳିଥିଲା। ଏହା ପରଠାରୁ ସେ ଅନ୍ୟ ନେତା ଓ ମନ୍ତ୍ରୀମାନଙ୍କ ସହ ଭଡିଓ ବନେଇ ଆସୁଥିବା କହିଛନ୍ତି।

ଫଟୋ ପୋଜ ଦେବା ଲାଗି ମନ୍ତ୍ରୀ ଶେଖ ରଶିଦ ଛିଡା ହୋଇଥିବା ବେଳେ ତାଙ୍କ ଅଜ୍ଞାତରେ ଯୁବତୀ ଟିକଟକ୍ ସୁଟିଂ କରିନେଇଥିଲେ।କେବଳ ରାଜନେତା ନୁହଁନ୍ତି କ୍ରିକେଟର ଓ ସେଲିବ୍ରିଟିଙ୍କ ନିକଟକୁ ବି ଏମାନେ ଟିକଟକ୍ ଭିଡିଓ କରିବାକୁ ପହଞ୍ଚି ଯାଉଛନ୍ତି।

Share

Leave a Reply

Your email address will not be published. Required fields are marked *

5 × 1 =