ପୁଣି ସଲମାନଙ୍କୁ ଟାରଗେଟ କଲେ ସୋନା ମହାପାତ୍ର

ପୁଣି ସଲମାନ ଖାନଙ୍କୁ ଟାରଗେଟ କରିଛନ୍ତି କଣ୍ଠଶିଳ୍ପୀ ସୋନା ମହାପାତ୍ର । ଫିଲ୍ମ ‘ଭାରତ’କୁ ନେଇ ସୋନା ସଲମାନଙ୍କୁ କଡା ଟିପ୍ପଣୀ କରିବା ସହ ‘କାଗଜୀ ବାଘ’ କହିଛନ୍ତି। ତେବେ ସୋନା ଏଥିରେ କାହାର ନାମ ନେଇ ନାହାନ୍ତି। ଫିଲ୍ମ ଭାରତର ଆୟକୁ ନେଇ ବକ୍ସ ଅଫିସ ଟ୍ୱିଟ୍ ରେ ରିଟ୍ୱିଟ୍ କରି ଏଭଳି କଟାକ୍ଷ କରିଛନ୍ତି। ସୋନା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ‘ ଏଭଳି କାଗଜୀ ବାଘଙ୍କ ପୂଜା ଛାଡି ଚାଲ ଅଧିକ ଦକ୍ଷ ନାୟକଙ୍କୁ ଖୋଜିବା ’।

ତେବେ ବଲିଉଡ୍ ଦବଙ୍ଗଙ୍କୁ ଟ୍ୱିଟରରେ ସୋନା ଏଣୁତେଣୁ ମନ୍ତବ୍ୟ ଦେବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ସୋନା ଉପରେ ପଡି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ସୋନାଙ୍କ ଏଭଳି କାର୍ୟ୍ୟରେ ସଲମାନ ଏପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି, କି କରିବାର ଆବଶ୍ୟକତା ମଧ୍ୟ ଅନୁଭବ କରିନାହାନ୍ତି।

Share

Leave a Reply

Your email address will not be published. Required fields are marked *

7 − one =