ରବିନାଙ୍କ ପଶୁପ୍ରେମ

ମୁମ୍ବାଇ: ବର୍ଷା ପାଣିରେ ବୁଡ଼ି ରହିଥିବା ଏକ କୁକୁରକୁ ଉଦ୍ଧାର କରିଛନ୍ତି ରବିନା । ଭୟଭୀତ ଅବସ୍ଥାରେ ଥରୁଥିବା ଏକ କୁକୁରକୁ ଉଦ୍ଧାର କରି କୋଳରେ ଧରିଥିବା ନଜର ଆସିଛନ୍ତି । ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ଫଟୋ ଟିକୁ ପୋଷ୍ଟ କରିଛନ୍ତି ରବିନା । ଯାହାକୁ ୟୁଜର୍ସମାନେ ଲାଇକ୍‌, କମେଣ୍ଟ ଦେଇଛନ୍ତି । ସୋସିଆଲ ମିଡିଆରେ ବେଶ ଅକ୍ଟିଭ ରୁହନ୍ତି ରବିନା । ଯଦିଓ ଏବେ ସେ ଅଳ୍ପ ଫିଲ୍ମରେ ନଜର ଆସନ୍ତି ତେବେ ନିଜ ପ୍ରଂଶସକଙ୍କ ଲାଗି ସବୁବେଳେ ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ପୋଷ୍ଟ କରିବାରେ ମାହିର ରହିଥାନ୍ତି ରବିନା । ତେବେ ରବିନାଙ୍କ ଏହି ପଶୁଙ୍କ ପ୍ରତି ଦୟାଭାବ ଫଟୋକୁ ଫ୍ୟାନ୍ସମାନେ ପ୍ରଂଶସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

8 + 12 =