ଏହି କାରଣ ପାଇଁ ରେଖାଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିଲେ , ଜାଣନ୍ତୁ …

ଜଣେ ସଫଳ ଅଭିନେତ୍ରୀ ଭାବେ ରେଖା ପରିଚିତ । ସେ ବଲିଉଡକୁ ଅନେକ ହିଟ ମଧ୍ୟ ଦେଇଛନ୍ତି । ୨୦୧୦ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ରିଲ ଜୀବନ ସହ ରିଅଲ ଜୀବନକୁ ନେଇ ମଧ୍ୟ ରେଖା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ତେବେ ଆସନ୍ତୁ ଜାଣିବା ରେଖାଙ୍କ ସ୍ବାମୀ ଆତ୍ମହତ୍ୟା କରିବାର କାରଣ ବିଷୟରେ
ଅନେକ ବ୍ୟକ୍ତିଙ୍କ ସହ ରେଖାଙ୍କ ପ୍ରେମ ସମ୍ପର୍କ ଥିଲା। କିନ୍ତୁ ସବୁ ସମ୍ପର୍କରେ ତାଙ୍କୁ ବିଫଳତା ମିଳିଥିଲା। ସେହି ସମୟରେ ରେଖାଙ୍କର ଜଣେ ବନ୍ଧୁ ତାଙ୍କୁ କହିଥିଲେ ଯେ ଦିଲ୍ଲୀର ଜଣେ ବ୍ୟବସାୟୀ ରେଖାଙ୍କ ସହ କଥା ହେବାକୁ ଇଚ୍ଛୁକ ,ଯଦି ତାଙ୍କର କୌଣସି ଆପତ୍ତି ନଥାଏ ତେବେ ତାଙ୍କୁ ରେଖାଙ୍କ ଫୋନ୍ ନମ୍ବର ଦେବେ।

ଏହା ଶୁଣି ରେଖା ପ୍ରଥମେ ମନା କରି ଦେଇଥିଲେ କିନ୍ତୁ ପରେ ନିଜେ ସେହି ବ୍ୟବସାୟୀଙ୍କ ନମ୍ବର ମାଗି ତାଙ୍କ ସହିତ କଥାବର୍ତ୍ତା କରିବା ଆରମ୍ଭ କରି ଦେଇଥିଲେ। ସେହି ବ୍ୟବସାୟୀଙ୍କ ନାଁ ହେଉଛି ମୁକେଶ ଅଗ୍ରଓ୍ବାଲ୍। ସେମାନେ ପରସ୍ପରର ନିକଟତର ହେବା ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ଦୁହେଁ ହନିମୁନ୍ କଟାଇବା ପାଇଁ ଲଣ୍ଡନ ଯାଇଥିଲେ।

ଥରେ ରେଖା ତାଙ୍କ ସ୍ବାମୀଙ୍କୁ ଏକାଠି ବହୁତ ଔଷଧ ଖାଉଥିବା ଦେଖିଥିଲେ। ଏହା ଦେଖି ରେଖାଙ୍କୁ ଟିକେ ଆଶ୍ଚର୍ୟ୍ୟ ଲାଗିଲା ଏବଂ ଥରେ ରେଖା ,ମୁକେଶଙ୍କୁ ପଚାରିଥିଲେ ଏହା ବିଷୟରେ ପଚାରିଥିଲେ। ଏହା ପରେ ମୁକେଶ ଉଦାସ ହୋଇ କହିଥିଲେ ‘ ତାଙ୍କ ଜୀବନରେ ଆଉ ଜଣେ ଅଛନ୍ତି,ଯାହାଙ୍କୁ ସେ ବହୁତ ଭଲ ପାଆନ୍ତି।’ ଏହା ଶୁଣି ରେଖାଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଏହା ପରେ ରେଖା ତାଙ୍କ ସ୍ବାମୀଙ୍କୁ ଛାଡ଼ି ମୁମ୍ବାଇ ଫେରି ଆସିଥିଲେ।

ମୁମ୍ବାଇକୁ ଫେରି ଆସିବା ପରେ ରେଖା ପୁଣି କାର୍ୟ୍ୟବ୍ୟସ୍ତ ହୋଇଯାଇଥିଲେ। ସେ ମୁକେଶଙ୍କ ପରିବାରଠୁ ଦୂରେଇ ଯାଇଥିଲେ ଏବଂ ମୁକେଶଙ୍କ ଫୋନ୍ ମଧ ଉଠାଉନଥିଲେ। ମୁକେଶ କେବେ ରେଖାଙ୍କଠୁ ଏହା ଆଶା କରିନଥିଲେ। ଏହି ସମୟରେ ମିଡିଆରେ ଉଭୟଙ୍କୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଥିଲା। ଫଳରେ ମୁକେଶ ଅବସାଦଗ୍ରସ୍ତ ହୋଇ ରେଖାଙ୍କ ଓଢ଼ଣୀରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।

Share

Leave a Reply

Your email address will not be published. Required fields are marked *

16 + 5 =