ରିଲିଜ୍ ହେଲା ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମିନିଷ୍ଟର’ର ଟ୍ରେଲର୍

ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ, ଦ ଆକ୍ସିଡେଂଟାଲ ପ୍ରାଇମିନିଷ୍ଟରର ଟ୍ରେଲର । ସଂଜୟ ବାରୁଙ୍କ ପୁସ୍ତକ ଆଧାରରେ ନିର୍ମାଣ ହୋଇଛି ଏହି ଫିଲ୍ମ । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଭେଟେରାନ୍ ଆକ୍ଟର, ଅନୁମପ ଖେର୍ । ଏହି ଫିଲ୍ମ ଆସନ୍ତା ମାସ ୧୧ ତାରିଖରେ ରିଲିଜ୍ ହେବ ।
କେମିତି ପ୍ରଧାନମନ୍ତ୍ରୀ ବନିଲେ ଡକ୍ଟର ମନମୋହନ ସିଂ ? କାଶ୍ମୀର ଇସ୍ୟୁକୁ କେମିତି ସାମ୍ନା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ? ପରମାଣୁ ଚୁକ୍ତି ବେଳେ ଦେଶ ଆଗରେ କ’ଣ ଥିଲା ଆହ୍ୱାନ୍ ? ଏମିତି କି କଂଗ୍ରେସ ରାଜନୀତିର ଅନେକ ଭିତିରି କଥାର ଝଲକକୁ ନେଇ ସାମ୍ନାକୁ ଆସିଛି, ଦ ଆକ୍ସିଡେଂଟାଲ ପ୍ରାଇମିନିଷ୍ଟରର ଟ୍ରେଲର ।
ପ୍ରାୟ ୩ ମିନିଟର ଏହି ଟ୍ରେଲରରେ ନଜର ଆସୁଛନ୍ତି ମନମୋହନ ସିଂଙ୍କ ଭୂମିକାରେ ଆସୁଥିବା ଅନୁପମ୍ ଖେର ଏବଂ ସୋନିଆ ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଥିବା ଜର୍ମାନ ଅଭିନେତ୍ରୀ ସୁଜେନ୍ ବେନେଟ୍ । ଆହାନା କୁମାରା, ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ ଅର୍ଜୁନ୍ ମାଥୁର ରାହୁଲ ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି । ସଂଜୟ ବାରୁଙ୍କ ପୁସ୍ତକ ଆଧାରରେ ନିର୍ମାଣ ହୋଇଥିବା, ଦ ଆକ୍ସିଡେଂଟାଲ ପ୍ରାଇମିନିଷ୍ଟର ଆସନ୍ତା ମାସ ୧୧ ତାରିଖରେ ରିଲିଜ୍ ହେବ ।

Share

Leave a Reply

Your email address will not be published. Required fields are marked *

4 × 3 =