ଏହି ୨ ଅଭିନେତାଙ୍କ ସହ କାମ କରିବାକୁ ଚାହାନ୍ତି କଙ୍ଗନା

ଫିଲ୍ମ “ଜଜ୍ମେଣ୍ଟଲ” ପ୍ରମୋସନ କରିବାକୁ କଙ୍ଗନା କପିଲ ଶର୍ମା ସୋ ପହଞ୍ଚିଥିଲେ। ତେବେ କପିଲଙ୍କ ସୋରେ କଙ୍ଗନା ତାଙ୍କର ଅନେକ ରାଜ ଖୋଲିଥିଲେ। କଙ୍ଗନାଙ୍କୁ କପିଲ ଏକ ପ୍ରଶ୍ନ ପଚାରିଥିଲେ। କେଉଁ ବଲିଉଡ ଅଭିନେତାଙ୍କ ସହ କଙ୍ଗନା କାମ କରିବାକୁ ଚାହାନ୍ତି ବୋଲି କପିଲ ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତର କଙ୍ଗନା ବହୁତ ଖୁସି ହୋଇ ଦେଇଥିଲେ। କଙ୍ଗନା କହିଥିଲେ ଯେ, ବଲିଉଡ ଅଭିନେତା ଭିକ୍କି କୌଶଲ ଓ ରଣବୀର ସିଂହଙ୍କ ସହ ସେ କାମ କରିବାକୁ ଚାହାନ୍ତି। ଏହା ସହ ସେ କହିଥିଲେ ଯେ, ଭବିଷ୍ୟରେ ସେ କମେଡିୟାନ କପିଲ ଶର୍ମାଙ୍କ ସହ ମଧ୍ୟ କାମ କରିବାକୁ ପସନ୍ଦ କରିବେ।

ସୋରେ କଙ୍ଗନା ନିଜକୁ ବଲିଉଡର ସବୁଠୁ ବୋଲ୍ଡ ଅଭିନେତ୍ରୀ ବୋଲି କହିଥିଲେ। ଏହା ସହ କପିଲ ତାଙ୍କୁ ପଚାରିଥିଲେ ଯେ, ବଲିଉଡର କେଉଁ ଷ୍ଟାରଙ୍କୁ ସେ କେଉଁ ମିନିଷ୍ଟ୍ରି ଡିପାର୍ଟମେଣ୍ଟ ଦେବା ପସନ୍ଦ କରିବେ। ଏହାର ଉତ୍ତର କଙ୍ଗନା ଏଭଳି ଭାବେ ଦେଇଥିଲେ ଯେ, ଦର୍ଶକ ବେଶ ଖୁସି ହୋଇଥିଲେ। କଙ୍ଗନା କହିଥିଲେ ଯେ, ଅକ୍ଷୟ କୁମାରଙ୍କୁ ସେ ହେଲ୍ଥ୍ ମିନିଷ୍ଟ୍ରି ଦେବା ପସନ୍ଦ କରିବେ। କାରଣ ଅକ୍ଷୟ ନିଜ ଫିଟ୍ନେସ ଭଲ ଭାବେ ମେନ୍ଟେନ୍ କରିଛନ୍ତି। ଏହା ସହ ସେ ଧୂମପାନ ଓ ମଦ୍ୟପାନ ମଧ୍ୟ କରନ୍ତି ନାହିଁ । କରିନା କପୁରଙ୍କୁ ହୋମ ମିନିଷ୍ଟ୍ରି ଓ ଶାହରୁଖ ଖାନଙ୍କୁ ଫାଇନାନ୍ସ ମିନିଷ୍ଟ୍ରି ଦେବା ପସନ୍ଦ କରିବେ ବୋଲି କଙ୍ଗନା କହିଥିଲେ। ଫିଲ୍ମ “ଜଜ୍ମେଣ୍ଟଲ”ରେ କଙ୍ଗନାଙ୍କ ସହ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ଉଭୟଙ୍କ ଯୋଡି ଫିଲ୍ମ କୁଇନ୍ରେ ଧମାଲ କରିଥିଲା।

Share

Leave a Reply

Your email address will not be published. Required fields are marked *

18 − 15 =