ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନରେ ବୋମାମାଡ: 3 ଗୁରୁତର

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ମାଡ ସହ ବୋମାମାଡ ହୋଇଛି । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଗୋଟିଏ ପରିବାରର ବୋଲି ଜଣାପଡିଛି । ଭୁବନ ଥାନା ସୁରପ୍ରତାପପୁର ଗାଁର ଘଟଣା ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ଗୁଳିମାଡ ଓ ବୋମାମାଡ ହୋଇଛି ।

୩ ଗୁରୁତର ହେଲେ ୫୧ ବର୍ଷ ବୟସ୍କ ଜୟପ୍ରକାଶ ରାଉତ, ୫୩ ବର୍ଷ ବୟସ୍କ ଜିତେନ୍ଦ୍ର ରାଉତ ଓ ୨୨ ବର୍ଷ ବୟସ୍କ ଶୁଭଙ୍କର ପ୍ରିୟଦର୍ଶୀ ରାଉତ । ୩ ଗୁରୁତରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସୁରପ୍ରତାପପୁର ସରପଞ୍ଚଙ୍କ ସ୍ବାମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

seventeen − 6 =