ବାପା ହେଲେ ଜୟ ଭାନୁଶାଳୀ

ମୁମ୍ବାଇ ()   ବାପା ହେଲେ ଅଭିନେତା ଜୟ ଭାନୁଶାଳୀ । ବୁଧବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜୟ ଭାନୁଶାଳୀଙ୍କ ସ୍ତ୍ରୀ ମାହି ବିଜ । ଜୟ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇବା ସହ ଝିଅର ଏକ ଫଟୋ ମଧ୍ୟ ଶୋୟାର କରିଛନ୍ତି। ଫଟୋରେ ଜୟ ଝିଅର ଗୋଡ଼କୁ ଗେଲ କରୁଥିବା ଦେଖିବାକୁ ମିଳିଛି। ବିବାହର ୮ ବର୍ଷ ପରେ ତାଙ୍କର ଏହି କନ୍ୟା ସନ୍ତାନ ଜନ୍ମ ହୋଇଛି।୨୦୧୭ରେ ନିଜ ହେଲ୍ପରଙ୍କ ୨ ପିଲାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଥିଲେ ଜୟ ଏବଂ ତାଙ୍କ ପତ୍ନୀ ।

Share

Leave a Reply

Your email address will not be published. Required fields are marked *

9 + 2 =