ରାନୁ ମଣ୍ଡଳଙ୍କ ନାଁ ଶୁଣି ଫିଡିକିଗଲେ ହିମେଶ

ମୁମ୍ବାଇ()  ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ରାତାରାତି ସୁପରଷ୍ଟାର କରି ଦେଇଥିଲେ ହିମେଶ ରଶମିୟାଁ । ହେଲେ ଯେଉଁ ରାନୁଙ୍କୁ ହିମେଶ ରାତାରାତି ଷ୍ଟାର କରିଦେଇଥିଲେ ସେଇ ରାନୁଙ୍କ ନାଁ ଶୁଣି ରାଗି ଗଲେ ହିମେଶ ।

ସୂଚନାଅନୁସାରେ ଗତ କିଛି ମାସ ହେବ ରାନୁଙ୍କ ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା । ରାନୁ ମଣ୍ଡଳଙ୍କ ଏଭଳି ବ୍ୟବହାର ଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଏକ ସାକ୍ଷାତକାରରେ ରାନୁ ମଣ୍ଡଳଙ୍କ ସଂପର୍କରେ ହିମେଶଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନ ଶୁଣିବା ପରେ ହିମେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ‘ମୁଁ କ’ଣ ତାଙ୍କ ମ୍ୟାନେଜର’। ସେ ଆହୁରି ମଧ୍ୟ କହିଥିଲେ କେବଳ ରାନୁ ମଣ୍ଡଳଙ୍କୁ ନୁହେଁ ବହୁ କଳାକାରଙ୍କୁ ବଲିଉଡ୍ରେ ହିମେଶ ସୁଯୋଗ ଦେଇଛନ୍ତି।

ହିମେଶଙ୍କ ଆଗାମୀ ପ୍ରୋଜେକ୍ଟରେ ରାନୁ ମଣ୍ଡଳ ସାମିଲ ହେବେ କି ବୋଲି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲେ। ଉତ୍ତରରେ ହିମେଶ କହିଥିଲେ ରାନୁଙ୍କ ଗୀତ ବହୁତ ସୁନ୍ଦର। ବଲିଉଡ୍ର ବହୁ ସଂଗୀତ ନିର୍ଦ୍ଦେଶକ ତାଙ୍କ ଗୀତକୁ ପସନ୍ଦ କରନ୍ତି। ତେଣୁ ଆଗାମୀ ଦିନରେ ରାନୁଙ୍କୁ କାମ ମିଳିବ।

ରାନୁ ଓ ହିମେଶ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଏହି ସଂପର୍କରେ ହିମେଶ କହିଥିଲେ ଯେ ରାନୁ ମଣ୍ଡଳଙ୍କ ସହ ସେଲ୍ଫି ଭିଡିଓରେ ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବା କଥା ଜାଣିଛନ୍ତି।

Share

Leave a Reply

Your email address will not be published. Required fields are marked *

one × four =