କରୋନା ଟେଷ୍ଟ ଗୁଣା ବଢିଛି, ସଂକ୍ରମିତଙ୍କ ସଂଖ୍ୟା କମୁଛି

ଗଞ୍ଜାମ() ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରୋନା ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ, ‘ଗଞ୍ଜାମରେ କରୋନା ରିକଭରି ରେଟ ୭୮% ପର୍ଯ୍ୟନ୍ତ ରହିଛି । କରୋନାରୁ ସୁସ୍ଥ ହୋଇ ଫେରୁଥିବା ଲୋକମାନେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି । ଘରକୁଘର ଯାଇ ସର୍ଭେ କରାଯାଉଛି । ଲକ୍ଷଣ ନଲୁଚାଇ ଟେଷ୍ଟ କରିବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଉଛି । ଆକ୍ରାନ୍ତ ଚିହ୍ନଟ ହେଲେ ସମ୍ପୃକ୍ତ ଅଞ୍ଚଳରୁ ଅବରୋଧ ଅଞ୍ଚଳ କରାଯାଉଛି । ଅବରୋଧ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯାଉଛି । ଏବେ କରୋନା ଟେଷ୍ଟ ଗୁଣା ବଢିଛି । ଦିନକୁ ଦିନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମୁଛି । ଆମ ପାଖରେ ୯୦ଟି ଆଇସିୟୁ ୟୁନିଟ ଅଛି । ଏହା ସହ ୭୨୫ ଅକ୍ସିଜେନ ସପୋର୍ଟ ବେଡ ରହିଛି । ଗଞ୍ଜାମରେ ୪୭୨ ଲୋକ ପ୍ଳାଜମା ଦାନ ପାଇଁ ଆଗକୁ ଆସିଛନ୍ତି । ୧୩୨ଟି ଆମ୍ବୁଲାନ୍ସ ଆମ ପାଖରେ ରହିଛି ।’

ସେଥିପାଇଁ ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଲୋକମାନଙ୍କ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + 2 =