ଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ୱର() ଲିଙ୍ଗରାଜ ମନ୍ଦିର ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର । ମନ୍ଦିରର ଉନ୍ନତି ଓ ସୌନ୍ଦର୍ୟ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏକାମ୍ରକ୍ଷେତ୍ର  ଭୁବନେଶ୍ୱର ସାରା ଦେଶରେ ଏକ ପ୍ରମୁଖ ଶୈବ ପୀଠ । ବିଭିନ୍ନ ପୁରାଣରେ ଭୁବନେଶ୍ୱର ଦ୍ୱିତୀୟ କାଶୀ ଭାବେରେ ବର୍ଣ୍ଣନା କରାଯାଛଇଛି  । ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଦର୍ଶନ ପାଇଁ ପ୍ରତିଦିନ ସାରା ଦେଶରୁ  ହଜାର ହଜାର ଭକ୍ତ ଏକାମ୍ର କ୍ଷେତ୍ରକୁ ଆସିଥାନ୍ତି । ମନ୍ଦିର ନଗରୀ ଭାବରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ର ଭୁବନେଶ୍ୱର ଅନେକ ପ୍ରାଚୀନ କୀର୍ତ୍ତିରାଜିରେ ସୁଶୋଭିତ । ଏକାଦଶ ଶତାଦ୍ଧୀରେ କଳିଙ୍ଗ ଶୈଳୀରେ ନିର୍ମିତ ଶ୍ରୀ ଲିଙ୍ଗରାଜ ମନ୍ଦିର ଉକ୍ରଳୀୟ ଶିଳ୍ପ କଳାର ଅନ୍ୟତମ ଶ୍ରେÂ ନିଦର୍ଶନ ଏବଂ ଓଡିଆ ଜାତିର ଅମୂଲ୍ୟ ସଂପଦ ।
ଏକ ହଜାର ବର୍ଷର ପୁରୁଣା ଲିଙ୍ଗରାଜ ମନ୍ଦିର ଲକ୍ଷ ଲକ୍ଷ  ଶିବ ଭକ୍ତ ମାନଙ୍କର ଶ୍ରଦ୍ଧା ଓ ବିଶ୍ୱାସର ପ୍ରତୀକ । ଏହାକୁ ସୁରକ୍ଷା ସହିତ ଆମର ଭବିଷ୍ୟତ ପୀଢି ପାଇଁ ଏହାକୁ ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଆମକୁ  କିଛି ତ୍ୟାଗ କରିବାର ଆବଶ୍ୟକତା ମଧ୍ୟ ରହିଛି । ଏହି ତ୍ୟାଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ  ସେବା ଭାବରେ ଗ୍ରହଣ କରି ସରକାରଙ୍କ ବିକାଶ କାମରେ ସହଯୋଗ କରିବା ପାଇଁ  ମୁଁ ଆପଣମାନଙ୍କୁ ନିବେଦନ କରୁଛି ।
ଆମ ଐତିହ୍ୟ ହିଁ  ଆମ ଗୌରବ ଓ ଆମର ଶ୍ରେÂ ପରିଚୟ । ତେଣୁ ଆମର ଏହି ଗୌରବମୟ ଐତିହ୍ୟ ର ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟ ସରକାର ୬୬ ଏକର ପରିବ୍ୟାପ୍ତ ଏହି ଏକାମ୍ରକ୍ଷେତ୍ର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଅଧିନରେ ସୁଦୃଶ୍ୟ ପ୍ରବେଶ ପଥ, ବିନ୍ଦୁସାଗର ପୁନରୁଦ୍ଧାର ଯୋଜନାରେ ଭିବିନ୍ନ ଐତିହ୍ୟ ପୁଷ୍କରିଣୀର ପୁନଃରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ,କେଦାରଗୌରୀ ଓ ମୁକ୍ତେଶ୍ୱର ପରିସରର ବିକାଶ ଓ ବିଭିନ୍ନ ସୁବିଧା ସୁଯୋଗ । e-auto programme ଐତିହ୍ୟ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥଇଥାନ ଆଦି ୯ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
ଏହି ଯୋଜନାରେ ଶ୍ରୀ ଲିଙ୍ଗରାଜ ଥାନା ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଟ୍ରାଫିକ ହ୍ରାସ  ଓ ଯାତାୟତର ସୁବିଧା ପାଇଁ ତାଳେଶ୍ୱର ଛକ ଠାରୁ ବଢେଇବାଙ୍କ  ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ । ଚାରିଗୋଟି ସ୍ଥାନରେ ପାର୍କିଂ  ବ୍ୟବସ୍ଥା ମଧ୍ୟ କରାଯିବ । ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ କରାଯିବ ଏବଂ ମନ୍ଦିର ଚାରି ପାଖରେ ପରିକ୍ରମା ପଥ ନିର୍ମାଣ କରାଯିବ । ମନ୍ଦିର ସମ୍ମୁଖ ରାସ୍ତାରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ନିଷିଧ କରାଯିବ । ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଅଧିନରେ ଭକ୍ତ ମାନେ ଯେପରି ସୁବିଧାରେ ଦର୍ଶନ ପରିପାରିବେ । ସେଥିପାଇଁ ବ୍ୟବସ୍ଥା କରାଯିବ । ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା  ସୁଯୋଗର ବିକାଶ କରାଯିବ ।
ବିନ୍ଦୁସାଗର ଜଳକୁ ପରିଷ୍କାର କରିବା ପାଇଁ ଅତ୍ୟାଧୁନିକ  ବ୍ୟବସ୍ଥା ଗ୍ରହଣ କରାଯିବ  ଏବଂ ତାସହିତ କେଦାଗୌରୀ, ପାପନାସିନୀ, ଗୋଦାବରୀ, କୋଟିତୀର୍ଥ , ଗଙ୍ଗାଯମୁନା  ଏବଂ ଦେବୀପାଦହରା  ଐତିହ୍ୟ ପୁଷ୍କରିଣୀର  ଓ ସଂରକ୍ଷମ କରାଯିବ । ଶ୍ରୀ ଲିଙ୍ଗରାଜ ମନ୍ଦିରର ନିରାପତ୍ତାକୁ ଆହୁରି ସୁଦୃଢ କରାଯିବ ।
ଏହି ଯୋଜନା ଦ୍ୱାରା ଜୀବିକା ହରାଉଥିବା  ଉଠାଦୋକାନୀ ମାନଙ୍କୁ ଦୁଇଟି କିସ୍ତିରେ ୩୦ ହଜାର ଟଙ୍କା ଏକକାଳୀନ ସହାୟତା ଦିଆଯିବ ଏବଂ ଭେଣ୍ଡଂ ଜୋନ  କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ପକ୍କା ଘରେ ଥିବା ଦୋକାନ ଘର ଉଚ୍ଛେଦ ନିମନ୍ତେ ବ୍ୟବସାୟୀଙ୍କୁ ୧୨ ମାସ ନିମନ୍ତେ ମାସିକ ୧୦ ହଜାର ଟଙ୍କା ଲେଖାଏ  ସହାୟତା ଦିଆଯିବ ଏବଂ ପରବର୍ତ୍ତୀ  ସମୟରେ  ବି.ଏମ.ସି  ପର୍ଯ୍ୟଟନ ବିଭାଗ  ଦ୍ୱାରା ନିର୍ମିତ  ମାର୍କେଟରେ ଅଥବା ନୂତନ ମାର୍କେଟ କମ୍ପେ୍ଲକସ ନିର୍ମାଣ କରାଯାଇ ସେମାନଙ୍କୁ ଥଇଥାନ କରାଯିବ । ସ୍ଥିତିବାନ ଆବାସିକ ଗୃହ/ବ୍ୟବସାୟିକ ଗୃହ  ଉଚ୍ଛେଦ କ୍ଷେତ୍ରରେ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରାଯାଇ ନିୟମ ଅନୁସାରେ କ୍ଷତିପୂରଣ ଦିଆଯାବ ।
ଆଜି ସଂଧ୍ୟାରେ  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ଲିଙ୍ଗରାଜ ମନ୍ଦିରର ବିକାଶ ସଂପର୍କରେ ଆଲୋଚନା ହୋଇଥିଲା । ଏଥିରେ ଶ୍ରୀ ଜଗନ୍ନାଥ ମନ୍ଦିର ପରି ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ନିଷ୍ପତି ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା,ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୂର୍ତ୍ତ ସଚିବ ଓ ମ୍ୟୁନିସପାଲ କମିଶନର ପ୍ରମୁଖ ଉପସ୍ଥିତ ଥିଲେ ।
Share

Leave a Reply

Your email address will not be published. Required fields are marked *

4 × 3 =