ବାହା ହେବେ ରଣବୀର୍-ଦୀପିକା

ବଲିଉଡ୍ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଅଭିନେତା ରଣବୀର୍ ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ସେମାନଙ୍କ ବିବାହ ତାରିଖ ବିଧିବଦ୍ଧ ଘୋଷଣା କରିଛନ୍ତି।
ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖକୁ ଏହି ବିବାହ ତାରିଖ ଧାର‌୍ୟ୍ୟ ହୋଇଛି।
ରବିବାର ସୋଶାଲ୍ ମିଡିଆର ଆକାଉଣ୍ଟ୍ରେ ଉଭୟ ଦୀପିକା ଓ ରଣବୀର୍ ନିଜ ନିଜ ପୋଷ୍ଟ୍ରେ ଏହି ତାରିଖ ସମ୍ପର୍କରେ ସୂଚନା ଦେଇ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଠାରୁ ଶୁଭକାମନା ଓ ଆଶୀର୍ବାଦ ମନାସିଛନ୍ତି।
ଏହି ଯୋଡ଼ି ୨୦୧୩ ମସିହାରୁ ପରସ୍ପରକୁ ଡେଟ୍ କରି ଆସୁଛନ୍ତି। ପୂର୍ବରୁ ସେମାନେ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଘୋଷଣା କରିଥିଲେ। ଏବେ ବିବାହ ତାରିଖ ଘୋଷଣା କରି ଉଭୟେ ସେମାନଙ୍କ ପ୍ରଶଂସକ ଓ ଶୁଭେଚ୍ଛୁଙ୍କୁ ଖୁସି ଖବର ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

five + 11 =