‘ଆଜି ହେଉଛି ‘ପୋଲିସ ସ୍ମାରକୀ’ ଦିବସ ଉଦଘାଟନ କଲେ ନରେନ୍ଦ୍ର ମୋଦି

ସାରା ଦେଶ ପାଳୁଛି ପୋଲିସ ସ୍ମାରକୀ ଦିବସ । ଏହି ‘ପୋଲିସ୍ ସ୍ମାରକୀ’ ଦିବସ ନୂଆ ଦିଲ୍ଲୀ ଚାଣକ୍ୟପୁରୀ ଓ ଲାଲ୍ କିଲ୍ଲାରୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ପାଇଁ ନିଜର ସର୍ବସ୍ୱ ସମର୍ପଣ କରିଥିବା ପୁଲିସ କର୍ମଚାରୀମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ‘ପୁଲିସ ସ୍ମୃତି ଦିବସ’ ରୂପେ ପାଳନ କରାଯାଏ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦ୍ଦାଖରେ ଭାରତ-ଚୀନ ସୀମାରେ ହୋଇଥିବା ଗୁଳିକାଣ୍ଡରେ ଆମର ଦଶଜଣ ପୁଲିସ କର୍ମଚାରୀ ସହିଦ ହୋଇଥିଲେ । ଏହି ଦିବସ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳିତ ହୁଏ । ଆପଣମାନେ ଏହା ଜାଣନ୍ତି କି, ସ୍ୱତନ୍ତ୍ରତା ପ୍ରାପ୍ତି ପରଠାରୁ ଏବେଯାଏ ପ୍ରାୟ ୩୫,୦୦୦ ପୁଲିସ କର୍ମଚାରୀ ଦେଶ ପାଇଁ, ସମାଜ ଓ ସାଧାରଣ ଜନତାଙ୍କ ଜୀବନରକ୍ଷା ପାଇଁ ନିଜର ପ୍ରାଣ ବିସର୍ଜନ କରିସାରିଛନ୍ତି । ମୁଁ ଦେଶର ସେହି ମହାନ ବରପୁତ୍ରମାନଙ୍କୁ ସେମାନଙ୍କର ସର୍ବୋଚ୍ଚ ବଳିଦାନ ନିମନ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସେମାନଙ୍କର ପରିଜନଙ୍କର ମହନୀୟ ତ୍ୟାଗ “ ତପସ୍ୟାରେ ବହୁମୂଲ୍ୟ ଯୋଗଦାନ ବି ରହିଛି ବୋଲି କହିଛନ୍ତି ମୋଦି ।
ପ୍ରବଳ ବର୍ଷା ହେଉ କି ପ୍ରଚଣ୍ଡ ରୌଦ୍ରତାପ – ଯେକୌଣସି ସ୍ଥାନରେ କିଛି ସଙ୍କଟଜନକ ପରିସ୍ଥିତି ସୃଷ୍ଟି ହେଲେ, ଏମାନେ ସର୍ବପ୍ରଥମେ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ଆମେ ସେମାନଙ୍କୁ ଦେଖୁ କିନ୍ତୁ ଏ କଥା ଆଡ଼କୁ ଆମର ଦୃଷ୍ଟି ଯାଏନି “ ଏମାନେ ହେଉଛନ୍ତି ଆମର ସାହସୀ ପୁଲିସ କର୍ମଚାରୀ । ମୁଁ ଆଜି ଗୌରବର ସହ ଆମର ସାହସୀ ପୁଲିସ କର୍ମୀମାନଙ୍କୁ ସ୍ମରଣ କରିବାକୁ ଚାହୁଁଛି । ସମସ୍ତ ଦେଶବାସୀ ତାଙ୍କୁ ସର୍ବଦା ଗର୍ବର ସହ ସ୍ମରଣ କରନ୍ତୁ ଏଥିପାଇଁ ମୁଁ ଧୀରେ ଧୀରେ ଦେଶବାସୀଙ୍କୁ ଅଭ୍ୟସ୍ତ କରିବାକୁ ଚାହୁଁଛି ବୋଲି କହିଛନ୍ତି ମୋଦି ।
ସେପଟେ ଭୁବନେଶ୍ୱର ପୋଲିସ ରିଜର୍ଭ ପଡିଆରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ ସହିଦମାନଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି । ସହିଦଙ୍କ ଉଦ୍ଦେଶ୍ୟରେ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବାର୍ତାକୁ ଉତ୍ସବରେ ପାଠ କରାଯାଇଛି । ଏହି ଉତ୍ସବରେ ଡିସିପି, ଆଡିସନାଲ ଏସପିଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

2 × two =