ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତ । କେନ୍ଦ୍ରାପଡା ପାଟକୁରା ଥାନା ଭଦକମଳ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ପନ୍ଦିଆ ଗାଁର ରାଜନ ସୁତାର ଓ ପିଣ୍ଟୁ ପଟ୍ଟନାୟକ । କଳାବୁଦାରୁ ଭସାଣି ଦେଖି ବାଇକରେ ଘରକୁ ଫେରୁଥିଲେ।
ଏହି ସମୟରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟକୁରା ଥାନା ପୋଲିସ ମୃତଦେହକୁ ଜତ କରି ବ୍ୟବଚ୍ଚେଦ ପାଇଁ ପଠାଇଛି।

Share

Leave a Reply

Your email address will not be published. Required fields are marked *

3 × three =