ଶୁକ୍ରବାର, ଜାଣନ୍ତୁ କେଉଁ ରାଶିର ଅଛି ଧନପ୍ରାପ୍ତି ଓ କର୍ମକ୍ଷେତ୍ରରେ ସଫଳତା

ସିଂହ – କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ବ୍ୟବସାୟରେ ଲାଭବାନ ହେବେ । ଜ୍ଞାନ, ଗବେଷଣା କ୍ଷେତ୍ରରେ ଉନ୍ନତି ହେବ । ବିବାଦରେ ସଫଳତା ପାଇବେ । ନୂତନ ଦିଗରୁ ଧନ ସମ୍ପଦ ପ୍ରାପ୍ତି ହେବ । ମହିଳାମାନେ ଚାକିରୀ କ୍ଷେତ୍ରରେ ଅଗ୍ରଗତି କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ତୁଳା – ନୂତନ ଦିଗରୁ ଧନପ୍ରାପ୍ତି ହେବ । ବ୍ୟବସାୟରେ ଅଗ୍ରଗତି କରିବେ । ପ୍ରଶାସନ, ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ଅଗ୍ରଗତି କରିବେ । ବହୁ ଦିନରୁ ଚିନ୍ତା କରୁଥିବା କାର୍ଯ୍ୟରେ ଉନ୍ନତି ହେବ । ଦେବା,ଦେବୀ ପୂଜାରେ ମନ ଦେବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ବିଛା – କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ବ୍ୟବସାୟରେ ଉନ୍ନତି ହେବ । କଳା,ସଂସ୍କୃତି ଦିଗରେ ଅଗ୍ରଗତି ହେବ । ବନ୍ଧୁମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ପାରିବାରିକ ସମ୍ପର୍କ ମଧୁର ହେବ । ବିବାଦରେ ଜିତାପଟ ନେବେ । ପିଲାମାନଙ୍କ ଉନ୍ନତି ହେବ । ଶୁଭ ରଙ୍ଗ ଧୂଷର । ଶୁଭ ଅଙ୍କ ୫ ।

କର୍କଟ – ଆର୍ଥିକ ସ୍ଥିତି ବଳବାନ ହେବ । ସାହିତ୍ୟ, କଳା, ସଂସ୍କୃତି କ୍ଷେତ୍ରରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ମିଳନ ହେବ । ନୂତନ ଯାନବାହନ କିଣିବେ । ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମେଷ – କରୁଥିବା କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ଘଟିବ । ବିଳାସବ୍ୟସନର ସମୟ ଅତିବାହିତ ହେବ । ଉପର ହାକିମଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ । ବହୁ ଉଦ୍ୟମ କରି ସଫଳତା ପାଇବେ । ମହିଳାମାନେ ଅଧିକ ସକ୍ରୀୟ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

କନ୍ୟା –ଉଚ୍ଚତର କାର୍ଯ୍ୟରେ ଅଗ୍ରଗତି କରିବେ । ଦୂର ସ୍ଥାନ ଭ୍ରମଣ କରିପାରନ୍ତି । ଶୁଭ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିବେ । ଦେବକୃପା ଲାଭ କରିବେ । ଗୃହରେ ନୂଆ ଦ୍ରବ୍ୟ କିଣି ଆଣିବେ । ରାଜକୃପା ଲାଭ ହେବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୩ ।

ବୃଷ- ସମାଜସେବା ଏବଂ ପରିବାରର ଉନ୍ନତି ତଥା ଅତୀତ ସଂସ୍କୃତିକୁ ଜାଗ୍ରତ କରିବେ । ଚାକିରୀ କ୍ଷେତ୍ରରେ ଉନ୍ନତି । ଯାନ ବାହନ କିଣିବେ । ସିଦ୍ଧି ଲାଭ କରିବେ । ଉରାଧିକାରୀ ସୂତ୍ରରେ ଧନ ଲାଭ ହେବ । ମହିଳାମାନେ ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ମିଥୁନ – ବିଶେଷ କାର୍ଯ୍ୟ କରି କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଗୃହରେ ମାଙ୍ଗଳିକ କର୍ମ କରିବେ । ବିଦ୍ୱାନ ମଣ୍ଡଳୀରେ ସମ୍ମାନିତ ହେବେ । ପାରିବାରିକ ସମ୍ପର୍କ ମଧୁର ହେବ । ମହିଳାମାନେ ଘରକୁ ବିବିଧ ଦ୍ରବ୍ୟରେ ସଜାଇବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୪ ।

Share

Leave a Reply

Your email address will not be published. Required fields are marked *

7 − 4 =