କୌନ ବନେଗା କରୋଡପତି’ରେ ଦୂତି

ମୁମ୍ୱାଇ ()  କୌନ ବନେଗା କରୋଡପତି’ରେ ଦୌଡ଼ରାଣୀ ଦୂତି ଚାନ୍ଦ । ଦୂତିଙ୍କ ସହିତ ଆସାମ ଆଥଲେଟ୍ ହିମା ଦାସ ଓ ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହୱାଗ୍ ଭାଗ ନେଇଛନ୍ତି। ଶୋ’ର ଏହି ଏପିସୋଡ୍ଟି ୨୫ ଅକ୍ଟୋବରରେ ଟେଲିକାଷ୍ଟ ହେବାକୁ ଯାଉଛି।
ଏଥିରେ ଭାଗ ନେବା ପରେ ଦୂତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘କୌନ ବନେଗା କରୋଡପତି’କୁ ଆସି ମୋତେ ବହୁତ ଖୁସି ଲାଗୁଛି। ଏହି ଶୋ’କୁ କେବଳ ମୁଁ ଟିଭି ପରଦାରେ ଦେଖିଥିଲି। କିନ୍ତୁ ଏଠାକୁ ଆସି ଅନୁଭବ କଲି। ବଲିଉଡ୍ର ବାଦ୍ଶାହା ଅମିତାଭ ବଚ୍ଚନଙ୍କ ସହିତ ମଧ୍ୟ ଦେଖା ସାକ୍ଷାତ ହେଲା। ସମସ୍ତଙ୍କର ସ୍ୱପ୍ନ ଥାଏ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଦେଖା କରିବା ପାଇଁ, ଯାହାର ସୁଯୋଗ ମୋତେ ମିଳିଛି। ଏହା ମୋ ପାଇଁ ବହୁତ ଗର୍ବର କଥା।’

Share

Leave a Reply

Your email address will not be published. Required fields are marked *

3 × two =