ଓକିଲଙ୍କ ପ୍ରତି ଆହୁରି କଠୋର ହେଲେ ସୁପି୍ରମକୋର୍ଟ

ଭୁବନେଶ୍ୱର()  ଓଡିଶା ହାଇକୋର୍ଟ ଓକିଲଙ୍କ ଧର୍ମଘଟ ପ୍ରତି ସୁପି୍ରମକୋର୍ଟ ତାଙ୍କ ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି । ଏଥି ସହିତ ୨୦୧୮ ଓ ୨୦୧୯ରେ ହାଇକୋର୍ଟ ଓକିଲଙ୍କ ଧର୍ମଘଟ ଯୋଗୁ କୋର୍ଟ କେତେ ଦିନ ଅଚଳ ହୋଇଛି ଓ ତଳକୋର୍ଟ କେତେ ଦିନ ଅଚଳ ହୋଇଛି ତାହା ଜଣାଇବା ପାଇଁ ସୁପି୍ରମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ମହକିଲ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇ ଦେବା ସହିତ ଯେଉଁ ଇଚ୍ଛୁକ ଓକିଲ ମହକିଲ ମାନଙ୍କ ସପକ୍ଷରେ ଲଢିବା ପାଇଁ ଚାହାନ୍ତି ସେମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ସୁପି୍ରମକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ବାର କାଉନସିଲର ଅଧକ୍ଷ ଏବଂ ବାର ଆସୋସିଏସନର ସଭାପତିଙ୍କୁ ମଧ୍ୟ ହାଜର ହେବା ପାଇଁ ସୁପି୍ରମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ନଭେମ୍ବର ୮ ତାରିଖକୁ ପରବର୍ତ୍ତି ତାରିଖ ଧାର୍ଯ୍ୟ କରିଛନ୍ତି ସୁପି୍ରମକୋର୍ଟ ।

Share

Leave a Reply

Your email address will not be published. Required fields are marked *

9 − 7 =