ପୁରୁଷ ଲୁଚାଇଥାନ୍ତି ଏହି କଥା, ନଜର ପକାନ୍ତୁ…

ମହିଳା ଏବଂ ପୁରୁଷ ଦୁହେଁ ଦୁହିଁଙ୍କ ବିନା ଅଧୁରା ଅଟନ୍ତି । ବିବାହ ପରେ ଦୁହେଁ ହିଁ ନିଜର ନୂଆ ଜୀବନ ଆରମ୍ଭ କରିଥାନ୍ତି । କିନ୍ତୁ ସବୁବେଳେ ଛୋଟ ଛୋଟ କଥାକୁ ଲୁଚେଇବା ଦ୍ବାରା ଆପଣଙ୍କ ଜୀବନରେ ଅଶାନ୍ତି ଘର କରିନିଏ ଏବଂ ସଂପର୍କରେ ଫାଟ ପକାଇଥାଏ । ପୁରୁଷ ନିଜର ମହିଳା ସାଥୀଙ୍କ ବହୁତ କିଛି ଲୁଚାଇଥାନ୍ତି । ଆସନ୍ତୁ ଆପଣଙ୍କୁ ଏବେ ଜଣାଉଛୁ, ଏମିତି କେଉଁ କଥା ଅଛି ଯାହାକୁ ପୁରୁଷ ମାନେ ମହିଳାମାନଙ୍କୁ ଲୁଚାଇଥାନ୍ତି ।
• ବୟସ : ପୁରୁଷ ମାନେ ସର୍ବଦା କୌଣସି ମହିଳାମାନଙ୍କୁ ଭେଟ ହେବାକୁ ଗଲେ ନିଜର ବୟସ କହିବାକୁ ପସନ୍ଦ କରି ନଥାନ୍ତି । ଏଥିପାଇଁ ସେ ନିଜର କପଡା ଉପରେ କିଛି ପରିବର୍ତ୍ତନ ଆଣିଥାନ୍ତି । ନିଜର ଷ୍ଟାଇଲରେ ଚେନଞ୍ଜ ଆଣିବାକୁ ଯାଇ ଟାଇଟ୍ ଫିଟିଙ୍ଗ୍ ଟି-ସର୍ଟ ପିନ୍ଧିବା ସହ କମ୍ ବୟସର ପୁଅଙ୍କ ଭଳି ହେୟାର ଷ୍ଟାଇଲ୍ କରିଥାନ୍ତି ।
• ଟଙ୍କା : ମନୋବୖଜ୍ଞ୍ୟାନିକଙ୍କ କହିବା ଅନୁଯାଇ ବାହାଘର ଭାଙ୍ଗିବାର ପ୍ରାୟ କାରଣ ଟଙ୍କା ପାଇଁ ହିଁ ହୋଇଥାଏ । ଏମିତିରେ ବି ମହିଳା ମାନେ ନଜର ଖର୍ଚ୍ଚ ବିଷୟରେ ସାଥୀଙ୍କୁ ଜଣାବା ପାଇଁ ପସନ୍ଦ କରି ନଥାନ୍ତି କନ୍ତୁ ଏହି ମାମଲାରେ ପୁରୁଷ ମାନେ ମହିଳାଙ୍କ ଠାରୁ ବହୁତ ଆଗରେ । ପୁରୁଷ ନିଜ ସାଥୀଙ୍କୁ ନିଜ ରୋଜକରର ଖର୍ଚ୍ଚ ବିଷୟରେ ଲୁଚାଇଥାନ୍ତି । ଯେଉଁ କାରଣରୁ ସବୁବେଳେ ଘରେ ପାଟିତୁଣ୍ଡ ହୋଇଥାଏ ।
• ଭୁଲ ପସନ୍ଦ କହିବା : ସର୍ବଦା ପୁରୁଷ ମାନେ ମହିଳାମାନଙ୍କୁ ଇମପ୍ରେସ୍ କରିବା ପାଇଁ ପ୍ରଥମ ଦେଖାରେ ତାଙ୍କ ପସନ୍ଦକୁ ନିଜ ପସନ୍ଦ ବୋଲି କହିଥାନ୍ତି ଯାହା ଫଳରେ ପରବର୍ତ୍ତୀ ସମୟରେ ପରସ୍ପରଭିତରେ ଝଗଡା ସୃଷ୍ଟି କରିଥାଏ ।
• ଅତୀତକୁ ଲୁଚାଇବା : ଝିଅମାନେ ସର୍ବଦା ନିଜ ସାଥୀଙ୍କୁ ନିଜର ଅତୀତ ବିଷୟରେ କହିବାକୁ ଡରି ନଥାନ୍ତି କିନ୍ତୁ ପୁଅ ମାନେ କେବେବି ନିଜର ଅତୀତ ନିଜ ସାଥୀଙ୍କୁ କହିନଥାନ୍ତି । କିନ୍ତୁ ଏହା କରିବା ସମୟରେ ଭୁଲିଯାଇଥାନ୍ତି କି, ଭବିଷ୍ୟରେ ସଂପର୍କରେ କେତେ ସମସ୍ୟା ଆସିଥାଏ ।
• ଭାବନାକୁ ଲୁଚାଇବା : ପୁରୁଷ ଓ ମହିଳାଙ୍କର ଭିତରେ ସମାନ ପ୍ରକାରର ଭାବନା ଆସିଥାଏ । ଯେଉଁ ଠାରେ ମହିଳା ନିଜର ଭାବନାକୁ ଖୋଲିକି କହିପାରିଥାଏ ସେହି ଠାରେ ପୁରୁଷ ନିଜର ଭାବନାକୁ ଲୁଚାଇଥାଏ । ଅଧିକ ରାଗିଥାନ୍ତୁ କି ଅଧିକ ଖୁସି ଥାନ୍ତୁ କୌଣସିବି ଭାବନାକୁ ପ୍ରକାଶ କରି ନଥାନ୍ତି ।
• କିଛିବି ଲୁଚାଇବା ଆପଣଙ୍କ ସଂପର୍କ ଉପରେ ଭାରି ପଡିଥାଏ । ଅପଣଙ୍କ ସଂପର୍କରେ ଭଲପାଇବା, ବିଶ୍ବାସ, ସମ୍ମାନ ଓ ତ୍ୟାଗ ରହିବା ଉଚିତ୍ । ମିଛ ଏବଂ ଧୋକା ସଂପର୍କରେ ନରହିବା ଭଲ ।

Share

Leave a Reply

Your email address will not be published. Required fields are marked *

three × 4 =