ଏହି ସୁପରଷ୍ଟାରଙ୍କ ପାଇଁ ଆଜିଯାଏଁ ବିବାହ କରିନାହାନ୍ତି ତବ୍ବୁ

ବଲିଉଡର ସବୁ ଫିଲ୍ମରେ କିଛି ନା କିଛି ପ୍ରେମ କାହାଣୀ ନିଶ୍ଚୟ ରହିଥାଏ। ଏବଂ ଶେଷରେ ହିରୋ ଏବଂ ହିରୋଇନ୍ ମିଶି ଯାଆନ୍ତି ଏବଂ ଫିଲ୍ମଟି ହାପି ଏଣ୍ଡିଙ୍ଗ୍ ହୋଇ ସରିଯାଇଥାଏ। କିନ୍ତୁ ବାସ୍ତବ ଜୀବନ ଫିଲ୍ମ ଭଳି ଏତେ ସହଜ ହୋଇନଥାଏ। ଏହା ଅଧିକାଂଶ ଥର ବସ୍ତେବ ଜୀବନରେ ଅଧୁରା ରହିଯାଇଥାଏ।

ଆଜି ଆମେ ବଲିଉଡ ଅଭିନେତ୍ରୀ ତବ୍ବୁଙ୍କ ଲଭ ଆଫେୟାର୍ସ ବିଷୟରେ ଜାଣିବା। ତବ୍ବୁ ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଯିଏ ଏଯାଏଁ ବିବାହ କରିନାହାନ୍ତି। ତବ୍ବୁ ଦକ୍ଷିଣ ଭାରତୀୟ ସୁପରଷ୍ଟାର ନାଗାର୍ଜୁନଙ୍କୁ ଭଲ ପାଉଥିଲେ। ନାଗାର୍ଜୁନ ୧୯୫୯ମସିହା ଅଗଷ୍ଟ ୨୯ତାରିଖରେ ହାଇଦ୍ରାବାଦଠାରେ ଜନ୍ମଗ୍ରହଣ କରିଥିଲେ। ସେ ସାଉଥର ସୁପରଷ୍ଟାର ହେବା ସହ ପ୍ରଡ୍ୟୁସର,ଡ୍ୟାନସର ଏବଂ ବିଜନେସମ୍ୟାନ୍ ମଧ୍ୟ। ଉଭୟଙ୍କ ସମ୍ପର୍କ ୧୫ବର୍ଷ ଯାଏଁ ତିଷ୍ଠିଥିଲା।

କିନ୍ତୁ ତାଙ୍କ ବିବାହ ନାଗାର୍ଜୁନଙ୍କ ସହ ହୋଇପାରିନଥିଲା। ପ୍ରକୃତରେ ନାଗାର୍ଜୁନ ପୂର୍ବରୁ ବିବାହ କରିଥିଲେ ଏବଂ ଦୁଇ ଦୁଇ ଥର ବିବାହ କରିଥିଲେ। ସେ ପ୍ରଥମେ ଲକ୍ଷ୍ମୀ ଦାଗୁବାତ୍ତୀଙ୍କୁ ୧୯୮୪ରେ ବିବାହ କରିଥିଲେ। ଏହାପରେ ନାଗାର୍ଜୁନ ୧୯୯୨ରେ ଅମଲାଙ୍କୁ ବିବାହ କରିଥିଲେ। ସେଥିପାଇଁ ସେ ତୃତୀୟ ବିବାହ କରିବାକୁ ରାଜି ନଥିଲେ।

Share

Leave a Reply

Your email address will not be published. Required fields are marked *

one × three =