ଆର୍ୟନଙ୍କୁ ବେଲ୍ ନା ଜେଲ, କାଲି ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନଙ୍କର କଣ ହେବ ? ତାଙ୍କୁ ବେଲ୍ ମିଳିବ ନା ଜେଲରେ ରହିବେ ? ଦଶହରାରେ କଣ ଜୁନିଅର କିଙ୍ଗ ଖାନ୍ ଜେଲ ଚାରିକାନ୍ଥ ଭିତରେ ରହିବେ ? ଆସନ୍ତାକାଲି ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ମୁମ୍ୱାଇ ସ୍ୱତନ୍ତ୍ର ଘଊଚଝ କୋର୍ଟ ବେଲ୍ ପିଟିସନର ଶୁଣାଣି କରିବେ । ମୁମ୍ୱାଇ ମେଟ୍ରୋପଲିଟାନ୍ କୋର୍ଟରୁ ନିରାଶ ହୋଇଥିଲେ ଆର୍ୟନ୍ । ଏନସିବି ହେପାଜତ ମିଆଦ ସରିବା ପରେ ଜାମିନ୍ ନ ମିଳିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।

ଏବେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଅଛନ୍ତି ଆର୍ୟନ ଖାନ୍ । ଜେଲର କ୍ୱାରେଣ୍ଚିନ୍ ହୋମରେ ତାଙ୍କୁ ରଖାଯାଇଛି । ୫ ଦିନ ସେ ଏଠାରେ ରହିବେ । କୌଣସି ଲକ୍ଷଣ ଦେଖାଦେଲେ ପୁଣି ଥରେ କୋଭିଡ୍ ଟେଷ୍ଟ ହେବ । ତାପରେ ତାଙ୍କୁ ଜେଲ ଗୃହକୁ ପଠାଯିବ । ମୁମ୍ୱାଇ ଡ୍ରଗ୍ସ କ୍ରୁଜ ମାମଲାରେ ଗତ ୩ ତାରିଖରେ ଗିରଫ ହୋଇଛନ୍ତି ଆର୍ୟନ୍ ଖାନ୍ । ତାଙ୍କୁ ୭ ଯାଏ ହେପାଜତରେ ନେଇଥିଲା ଏନସିବି ।

ଆସନ୍ତାକାଲି ଆର୍ୟନଙ୍କୁ ବେଲ୍ ମିଳିବ କି ନାହିଁ ତାଉପରେ ସମସ୍ତଙ୍କର ନଜର ରହିଛି । ଏନସିବି ଏବେ ଅଭିଯୁକ୍ତଙ୍କୁ ପାଖରୁ ମିଳୁଥିବା ତଥ୍ୟ ପ୍ରମାଣ ଆଧାରରେ ବିଭିନ୍ନ ସ୍ଥାନରେ ରେଡ୍ ଚଳାଇଛି । ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କର ଖୋଳତାଡ ବି ଜାରି ରହିଛି । ଏଭଳି ସ୍ଥିତିରେ ଆର୍ୟନଙ୍କ ବେଲ୍ ପିଟିସନକୁ ଏନସିବି ବିରୋଧ କରିପାରେ ।

Share

Leave a Reply

Your email address will not be published. Required fields are marked *

12 − twelve =