ବଲିଉଡରେ ଡେବ୍ୟୁ କରିବେ ଏହି ଟେଲି ଅଭିନେତ୍ରୀ

ମୁମ୍ବାଇ ()   ଛୋଟ ପରଦାରେ ଅଭିନୟ ଦ୍ବାରା ସେ ବେଶ ଲୋକପ୍ରିୟତା ଲାଭ କରିଛନ୍ତି ଆଶା ନେଗୀ । ପରଦାରେ ପ୍ରସାରିତ ହେଉଥିବା ‘ପବିତ୍ର ରିସ୍ତା’ ଧାରାବାହିକରେ ବେଶ ଲୋକପି୍ରୟତା ହାସଲ କରିଛନ୍ତି ଆଶା । ପବିତ୍ର ରିସ୍ତା ଧାରାବାହିକରେ ଋତ୍ବିକ୍ ଧନଯାନୀ ଓ ଆଶା ନେଗୀଙ୍କୁ ଦର୍ଶକଙ୍କର ବହୁତ ଭଲ ପାଇବା ମିଲିଥିଲା। ଦୁହେଁ ସିରିଏଲରେ କପଲ ଭାବେ ଅଭିନୟ କରୁଥିଲେ।

ଉଭୟଙ୍କର ଏହି ସିରିଏଲ ହିଟ୍ ହେବା ପରେ ସେମାନେ ଏକ ଫେମସ ଯୋଡି ଭାବେ ଫେମସ ଥିଲେ। ଦେଖୁ ଦେଖୁ ଏହି ଫେମସ କପଲ ଆଶା ଓ ଋତ୍ବିକ୍ ରିୟଲ ଲାଇଫରେ ମଧ୍ୟ ଉଭୟଙ୍କୁ ଡେଟ୍ କରିବାକୁ ଲାଗିଲେ।ଉଭୟଙ୍କ ଲଭଷ୍ଟୋରୀ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ତେବେ ଛୋଟ ପରଦାର ଅଭିନେତ୍ରୀ ଆଶା ଏବେ ବଡ ପରଦାରେ ପାଦ ଦେବେ। ଅନୁରାଗ ବାସୁଙ୍କ ଫିଲ୍ମ ମେଟ୍ରୋ ୨ରେ ଆଶା ନଜର ଆସିବେ।

ଏହି ସିକ୍ବେଲ ଫିଲ୍ମରେ ଆଶା ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ନଜର ଆସିବେ ଆଶା। ଅଭିଷେକ ଓ ଆଶାଙ୍କ ବ୍ୟତୀତ ଏଥିରେ ରାଜକୁମାର ରାଓ ମଧ୍ୟ ଅଭିନୟ କରିବେ।

Share

Leave a Reply

Your email address will not be published. Required fields are marked *

5 + three =