ରଙ୍ଗର ପର୍ବରେ ‘ରଙ୍ଗିଲା’

ଓଟିଟି ପ୍ଲାଟ୍ଫର୍ମର କଞ୍ଚାଲଙ୍କାରେ ନୂତନ ସୋ ‘ରଙ୍ଗିଲା । ଏହି ସୋ ଟି ମାର୍ଚ୍ଚ ୧୮ ତାରିଖରୁ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କାରେ ପ୍ରସାରଣ ହେବ। ହୋଲି ଉତ୍ସବରେ ଆୟୋଜିତ ଏହି କାହାଣୀରେ ହୋଲିର ରଙ୍ଗ ଭିତରେ ବିଭିନ୍ନ ପ୍ରକାରର ରଙ୍ଗର ଭାବପ୍ରବଣତା ଓ ଅଭିନୟ ଦେଖିବାକୁ ମିଳିବ। ଏହିପରି ହୋଲିର ରଙ୍ଗ ଉତ୍ସବ ଭିତରେ ଭାବନାର ରଙ୍ଗ ମଧ୍ୟ ଚାଲିଯାଉଛି। ଏହି ସୋ’ର ରଚନା କରିଛନ୍ତି ଶୁଦ୍ଧରାଜ ବାନାର୍ଜୀ, ସଂଳାପ ଲେଖିଛନ୍ତି ନିଶାନ୍ତ, ପ୍ରଯୋଜନା ଏବଂ ନିର୍ଦ୍ଦେଶନା ରମେଶ ରାଉତ ଥିବାବେଳେ କ୍ରିଏଟିଭ୍ ମୁଖ୍ୟ ଅଛନ୍ତି ଭାଗ୍ୟଧରପାଣି ।ପ୍ରଥମ ରୁ ଭାରତୀୟମାନେ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ର ସମସ୍ତ କାର୍ୟ୍ୟକ୍ରମକୁ ଦେଖିପାରୁଥିବା ବେଳେ ଏବେ ଏହାକୁ ଆମେରିକା, କାନାଡ଼ା, ସିଙ୍ଗାପୁର, ମାଲେସିୟା , ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ଆଦି ଦେଶର ଦର୍ଶକ ଦେଖିପାରିବେ।

Share

Leave a Reply

Your email address will not be published. Required fields are marked *

5 × 5 =