ଲୋକପ୍ରିୟ ଟିଭି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଆଉ ନାହାନ୍ତି, ଓ୍ବାର୍କଆଉଟ ବେଳେ ହୃଦଘାତର ଶିକାର

ପୁଣି ଜଣେ ଅଭିନେତାଙ୍କ ମୃତ୍ୟୁ । ଓ୍ବାର୍କଆଉଟ ବେଳେ ହୃଦଘାତର ଶିକାର ହେଲେ ଅଭିନେତା । ଟେଲିଭିଜନ ଦୁନିଆର ବେଶ ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ମୃତ୍ୟୁ ହୋଇଛି । ଜିମରେ ଓ୍ବାର୍କଆଉଟ କରୁଥିବା ବେଳେ ସିଦ୍ଧାନ୍ତଙ୍କୁ ହାର୍ଟ ଆଟାକ ଆସିଥିଲା । ସିଦ୍ଧାନ୍ତଙ୍କୁ ତାଙ୍କ ଜିମ୍‌ ଟ୍ରେନର ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୁସୁମ, ବାରିସ ଆଦି ଶୋରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଆଗରୁ ଅନେକ ନାମୀଦାମୀ କଳାକାରଙ୍କ ମୃତ୍ୟୁ ଘଟିଛି  । ପରବର୍ତ୍ତୀ ସମୟରେ ଜଣା ପଡିଛି ମୃତ୍ୟୁର କାରଣ କେବଳ ଜିମ୍  । ଅର୍ଥାତ ଜିମ୍ କରୁଥିବାବେଳେ ଅଧିକାଂଶ କଳାକାରଙ୍କ ମୃତ୍ୟୁ ଘଟୁଥିବା ପରିଲିଖିତ ହୋଇଛି  । ସିଦ୍ଧାର୍ଥ ଶୁକ୍ଲାଙ୍କ ଠାରୁ ଆରମ୍ଭ କରିସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କର ମୃତ୍ୟୁ ହୋଇଛି  ।

Share

Leave a Reply

Your email address will not be published. Required fields are marked *

twenty + 5 =