ଚଢାଦରରେ ୟୁରିଆ ସାର ବିକ୍ରି,ନିରବ ଦ୍ରଷ୍ଟା ବିଭାଗୀୟ ଅଧିକାରୀ

ଧର୍ମଗଡ: ପିଛା ଛାଡୁନି ଚାଷୀ ସମସ୍ୟା।କେତେ ବେଳେ ସରକାରୀ ବିହନ ଜମିରେ ପକାଇ ଧୋକା ଖାଉଛି ତ କେତେବେଳେ ଚଢାଦର ଦେଇ କ୍ରୟ କରୁଛି।ଏମିତି ସମସ୍ୟା ଭିତରେ ଘାଣ୍ଟି ଚକଟି ହେଉଛି ଚାଷୀ। ବର୍ତମାନ ଲଘୁଚାପଜନିତ ବର୍ଷା ପଡିଲା ପରେ ଚାଷୀ ଧାର କରଜ କରି ଜମିରେ ରୁଆ ବେଉସା ପକାଇଛି।ହେଲେ ସାର ପ୍ରୟୋଗ କରିବା ବେଳ କୁ ୟୁରିଆ ସାର ର ଦରଦାମ ଉପରେ ନିୟନ୍ତ୍ରଣ ନାହିଁ ।  ଅନେକ ସାର ଡିଲର ମାନେ ମନଇଚ୍ଛା ମୂଲ୍ୟ ଧାର୍ଯ୍ୟ କରି  ବିକ୍ରି କରିବା ଭଳି ଅଭିଯୋଗ ଉଠିଛି।ବିଶେଷ କରି ଦଣ୍ଡପାଟ ଅଞ୍ଚଳ  ବେହେରା ଠାରେ ରହିଥିବା ସାର ଦୋକାନୀ ଙ୍କ ଲାଭକ୍ଷୋର ନୀତି ଏବେ ଚାଷୀ ଙ୍କ ଚିନ୍ତା କୁ ଦ୍ଵିଗଣିତ କରିଛି।ସରକାରୀ ଧାର୍ଯ୍ୟ ମୂଲ୍ୟ ୟୁରିଆ ପ୍ରତି ୨ଶହ୬୬ଟଙ୍କା ଥିବାବେଳେ ତାକୁ ୫ଶହ୫୦ଟଙ୍କାରେ ବିକ୍ରି କରୁଥିବା ଜଣାପଡୁଛି।   ସେହିପରି ଡିଏପି-୧୪୭୦,ପଟ୍ଟାସ୧୭୦୦,ଇଫ୍କୋ ଡିଏପି ୧୩୫୦,ନବରତ୍ନ ଗ୍ଲୋମର ୧୯୦୦,ସରକାରୀ ମୂଲ୍ୟ ରହିଥିବା ବେଳେ ଡିଲର ମାନେ ତାହା ଚଢାଦର ରେ ବିକ୍ରିକରୁଥିବା ନେଇ ଚାଷୀ ଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।ଅନ୍ୟପଟେ ୟୁରିଆ ଓ ଅନ୍ୟାନ୍ୟ ସାର ଖୋଲମଖୋଲା ଭାବେ ଡିଲର ମାନଙ୍କ ଠାରୁ, ନବରଙ୍ଗପୁର ଛତିଶଗଡ଼  ଆଦି ସ୍ଥାନ କୁ ଚୋରାଚାଲାନ ହେଉ ଥିବା ଜଣାପଡିଛି ।ଯାହା ରି ଯୋଗୁଁ ସ୍ଥାନୀୟ ଚାଷୀ ଅଭାବି ବିକ୍ରିର ଶିକାର ରେ ପଡୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚା ହୁଏ।ଏଣେ କୃଷି ବିଭାଗ ସବୁ ଜାଣି ନ ଜାଣିଲା ପରି ଚୁପ୍ ବସିଛି। ଚାଷୀ ପ୍ରତି ବିଭାଗର ସଦାସର୍ବଦା ଅବହେଳା ରହି ଆସୁଛି। ଏ ନେଇ ବିଭାଗ  ତୁରନ୍ତ ଦରଦାମ ଉପରେ ନିୟନ୍ତ୍ରଣ ରଖିବା କୁ ଅଞ୍ଚଳ ଚାଷୀ ଙ୍କ ଦାବି ହେଉଛି।ଏନେଇ ଧର୍ମଗଡ ଜିଲ୍ଲା କୃଷି ଅଧିକାରୀ ଙ୍କୁ ପଚାରିବାରୁ ତଦନ୍ତ କରାଯିବ ଓ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

Share

Leave a Reply

Your email address will not be published. Required fields are marked *

3 × 2 =