ଭିନଫାଷ୍ଟ ପକ୍ଷରୁ ତାମିଲନାଡ଼ୁ କାରଖାନାର ଶିଳାନ୍ୟାସ

ଭୁବନେଶ୍ୱର: ଭିଏତନାମର ଅଗ୍ରଣୀ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଭିନଫାଷ୍ଟ ଅଟୋ ପକ୍ଷରୁ ତାମିଲନାଡ଼ୁର ଠୁଥୁକୁଡ଼ିରେ ନୂଆ କାରଖାନାର ଶିଳାନ୍ୟାସ କରାଯାଇଛି । ଭାରତରେ ଏହା କମ୍ପାନିର ପ୍ରଥମ କାରଖାନା ଯାହା ଭିନଫାଷ୍ଟ ଅଟୋର ବିଶ୍ୱସ୍ତରୀୟ ସମ୍ପ୍ରସାରଣକୁ ଦର୍ଶାଉଛି । ଏହି ଶିଳାନ୍ୟାସ ସମାରୋହରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ, ତାମିଲନାଡ଼ୁର ଶିଳ୍ପ ମନ୍ତ୍ରୀ ଡକ୍ଟର ଟି ଆର ବି ରାଜା, ଶିଳ୍ପ ସଚିବ ଭି ଅରୁଣ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ଦକ୍ଷିଣ ତାମିଲନାଡ଼ୁର ଠୁଥୁକୁଡ଼ିରେ ଥିବା ତାମିଲନାଡ଼ୁ ରାଜ୍ୟ ଶିଳ୍ପ ବିକାଶ ନିଗମର ଶିଳ୍ପାଚଂଳରେ ୪୦୦ ଏକର ଜମିରେ ଏହି କାରଖାନାକୁ ନିର୍ମାଣ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ଏହି ପ୍ରକଳ୍ପରେ ୪୦୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି ଯାହାକୁ ଆଗାମୀ ପାଂଚ ବର୍ଷ ଭିତରେ ବିନିଯୋଗ କରାଯିବ ।
ଏହି ଅବସରରେ ଭିନଫାଷ୍ଟ ଇଣ୍ଡିଆର ସିଇଓ ଫାମ ସାନ ଚଉ କହିଛନ୍ତି ଯେ, ‘ତାମିଲନାଡ଼ୁର ଠୁଥୁକୁଡ଼ିରେ ଭିନଫାଷ୍ଟ କାରଖାନାର ଶିଳାନ୍ୟାସ ଭାରତରେ ସ୍ଥାୟିତ୍ୱ ଓ ସବୁଜ ଗମନାଗମନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦକ୍ଷେପ । ଏକ ସମନ୍ୱିତ ଇଲେକ୍ଟ୍ରିକ ଯାନ ଉତ୍ପାଦନ କାରଖାନା ସ୍ଥାପନ କରି କମ୍ପାନି ନିଯୁକ୍ତି ସୃଷ୍ଟି, ସବୁଜ ଗମନାଗମନ ଓ ଗୁରୁତ୍ୱପୂର୍ଣ୍ଣ ସହଯୋଗିତାକୁ ନେଇ ପ୍ରତିବଦ୍ଧ ରହିଛି ଯାହା ଇଲେକ୍ଟ୍ରିନ ଯାନ ଶିଳ୍ପରେ ଭିନଫାଷ୍ଟର ସ୍ଥିତିକୁ ସୁଦୃଢ଼ କରିବ । ଏହି ମାଇଲଖୁଂଟ କାର୍ଯ୍ୟକ୍ରମ ଭିଏତନାମ ଓ ଭାରତ ମଧ୍ୟରେ ଥିବା ଦୃଢ଼ ଅର୍ଥନୈତିକ ସମ୍ପର୍କକୁ ଦର୍ଶାଉଥିବା ବେଳେ ଏକ ଶୂନ ଏମିସନ ପରିବହନ ଭବିଷ୍ୟତ ପ୍ରତି ଭିନଫାଷ୍ଟର ସମର୍ପଣ ଭାବକୁ ଦର୍ଶାଉଛି ।”
ବୈଶୟିକ
ତାମିଲନାଡ଼ୁର ଶିଳ୍ପ ମନ୍ତ୍ରୀ ଟି ବି ରାଜା କହିଛନ୍ତି ଯେ, ‘ଭାରତରେ ଭିନଫାଷ୍ଟର ପ୍ରବେଶ ତାମିଲନାଡ଼ୁର ପ୍ରଗତିଶୀଳ ଶିଳ୍ପ ନୀତି ଓ ଏକ ବିଶ୍ୱସ୍ତରୀୟ ଅଟୋମୋବାଇଲ ନବସୃଜନ ଓ ମାନୁଫାକଚରିଂ ହବ୍ ଭାବେ ଭୂମିକାକୁ ଦର୍ଶାଉଛି । ଦେଶରେ ଭିନଫାଷ୍ଟର ମହତ୍ୱପୂର୍ଣ୍ଣ ଅଭିବୃଦ୍ଧି ଯୋଜନା ସହ ତାମିଲନାଡ଼ୁ ଖାପଖାଉଥିବା ବେଳେ ଶୂନ ଏମିସନ ଗମନାଗମନକୁ ସମସ୍ତଙ୍କ ପାଖରେ ପହଂଚାଇବାକୁ ଏହା ପ୍ରତିବଦ୍ଧ ରହିଛି । ଆମର ବିଶ୍ୱାସ ରହିଛି ଯେ ଏହି ପ୍ରକଳ୍ପ ସ୍ଥାନୀୟ ଅର୍ଥନୀତିରେ ଉନ୍ନତି, ନିଯୁକ୍ତି ସୃଷ୍ଟି ଓ ତାମିଲନାଡ଼ୁବାସୀଙ୍କ ବୈଷୟିକ ଦକ୍ଷତା ବିକାଶ ପ୍ରତି ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିବ ।”
ଠୁଥୁକୁଡ଼ିରେ ଭିନଫାଷ୍ଟ ଅଟୋ ସ୍ଥାପନ କରୁଥିବା କାରଖାନାରେ ବାର୍ଷିକ ୧,୫୦,୦୦୦ କାର ଉତ୍ପାଦନ କରିବା କ୍ଷମତା ରହିବ ଏବଂ ସ୍ଥାନୀୟ ଅର୍ଥନୀତି ପ୍ରତି ଏହା ଯୋଗଦାନ ପ୍ରଦାନ କରିବା ସହ ୩୦୦୦-୩୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । କମ୍ପାନି ଲୋକାଲାଇଜେସନ ଉପରେ ଗୁରୁତ୍ୱ ଦେବ ଯାହା ଫଳରେ ଯୋଗାଣକାରୀମାନେ ଉପକୃତ ହେବେ । ସାରା ଦେଶର ଗ୍ରାହକମାନଙ୍କ ନିକଟରେ ପହଂଚିବା ଓ ଏକ ଦୃଢ଼ ବ୍ରାଣ୍ଡ ଉପସ୍ଥିତି ସୃଷ୍ଟି କରିବା ଲାଗି ଭିନଫାଷ୍ଟ ଏକ ଦୃଢ଼ ଜାତୀୟ ସ୍ତରୀୟ ଡିଲରସିପ ନେଟୱର୍କ ସ୍ଥାପନ କରିବା ଯୋଜନା ରଖିଛି । ପ୍ରିମିୟମ ମାନର ଉତ୍ପାଦ, ପ୍ରତିଯୋଗିତାପୂର୍ଣ୍ଣ ମୂଲ୍ୟ ଏବଂ ଉଲ୍ଳେଖନୀୟ ବିକ୍ରି ପରବର୍ତୀ ସେବା ପ୍ରଦାନ କରିବକୁ ଭିନଫାଷ୍ଟ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

fourteen − 10 =