ୱି ପକ୍ଷରୁ ସ୍ୱତନ୍ତ୍ର ସ୍ୱାଧୀନତା ଦିବସ ଅଫର ଘୋଷଣା, କେବଳ ୱି ଆପ୍‌ରେ ଉପଲବ୍ଧ

ଭୁବନେଶ୍ୱର: ଭାରତର ୭୭ତମ ସ୍ୱାଧୀନତା ଦିବସ ପାଳନ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର ୱି ପକ୍ଷରୁ ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ଅଗଷ୍ଟ ୧୨ରୁ ୧୮ ପର୍ଯ୍ୟନ୍ତ ୱିର ଗ୍ରାହକମାନେ ୱି ଆପ୍‌ରେ ବ୍ୟାପକ ପ୍ରକାରର ଅତୁଲ୍ୟ ଡିଲ୍‌ର ଅନୁସନ୍ଧାନ କରିପାରିବେ ଏବଂ ଆକର୍ଷଣୀୟ ଲାଭ ମଧ୍ୟ ପାଇପାରିବେ ।
ସ୍ୱାଧୀନତା ଦିବସ ପାଳନର ଅଂଶ ସ୍ୱରୂପ ଗ୍ରାହକମାନେ ଯେଭଳି ଅତୁଳନୀୟ ଅନଲାଇନ୍ ଅନୁଭବ ଜାରି ରଖିପାରିବେ ସେଥିପାଇଁ ୱି ପକ୍ଷରୁ ୧୯୯ ଟଙ୍କାରୁ ଅଧିକ ରିଚାର୍ଜ ଉପରେ ୫୦ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ଲାଭ ପାଇପାରିବେ । ଏଥି ସହିତ ଗ୍ରାହକମାନେ ୧୪୪୯ ଟଙ୍କିଆ ଏବଂ ୩୦୯୯ ଟଙ୍କିଆ ରିଚାର୍ଜ ଉପରେ ଯଥାକ୍ରମେ ୫୦ ଟଙ୍କା ଓ ୭୫ ଟଙ୍କାର ତତ୍କାଳ ରିହାତି ପାଇପାରିବେ ।
ଏହି ଉତ୍ସବ ପାଳନର ମଜାକୁ ବଢ଼ାଇବା ଲାଗି ୱି ପକ୍ଷରୁ ସ୍ୱତନ୍ତ୍ର ଭାବେ ୱି ଆପ୍‌ରେ “ସ୍ପିନ୍ ଦି ହ୍ୱିଲ’ ପ୍ରତିଯୋଗିତା ଚଲାଯିବ । ଏହି ପ୍ରତିଯୋଗିତାରେ ପ୍ରତି ଘଂଟାରେ ଜଣେ ଭାଗ୍ୟଶାଳୀ ବିଜେତା ଘୋଷଣା ହେବେ ଏବଂ ସେ ୩୦୯୯ ଟଙ୍କିଆ ରିଚାର୍ଜ ପ୍ୟାକ୍ ଜିତିପାରିବେ । ଏହି ପ୍ରତିଯୋଗିତାରେ ଅତିରିକ୍ତ ଲାଭ ଭାବେ ୧ ଜିବି ଓ ୨ ଜିବି ଅତିରିକ୍ତ ଲାଭ ମିଳିବ ।
ଏହି ଅଫରଗୁଡ଼ିକ କେବଳ ସ୍ୱତନ୍ତ୍ର ଭାବେ ୱି ଆପ୍‌ରେ ଉପଲବ୍ଧ ହେବ ।

Share

Leave a Reply

Your email address will not be published. Required fields are marked *

18 − 9 =