ୱି ୨୦୨୩ ଜୁନ୍‌ରେ ୟୁପି (ପୂର୍ବ), ଓଡ଼ିଶା ଓ ଉତର ପୂର୍ବାଚଂଳ ସର୍କଲ୍‌ରେ ନୂଆ ଗ୍ରାହକ ଯୋଡ଼ିଲା

ଭୁବନେଶ୍ୱର: ଟ୍ରାଇ ପକ୍ଷରୁ ନିକଟରେ ଜୁନ୍‌ର ଗ୍ରାହକ ତଥ୍ୟ ଜାରି କରାଯାଇଛି । ୱି ପକ୍ଷରୁ ୟୁପି ପୂର୍ବ, ଓଡ଼ିଶା ଓ ଉତର ପୂର୍ବ ଭଳି ତିନିଟି ସର୍କଲ୍‌ରେ ନୂଆ ଗ୍ରାହକ ଯୋଡ଼ାଯାଇଛି ।
ୟୁପି ପୂର୍ବରେ କଂପାନି ୩୭,୨୪୪ ନୂଆ ଗ୍ରାହକ ଯୋଡ଼ିବା ସହିତ ସେଠାରେ ୱିର ମୋଟ ଗ୍ରାହକ ସଂଖ୍ୟା ୧,୮୩,୩୬,୧୩୪ରେ ପହଂଚିଛି । ସେହିପରି ଓଡ଼ିଶାରେ ୱି ପକ୍ଷରୁ ୧୬,୯୯୦ ନୂଆ ଗ୍ରାହକ ସାମିଲ କରାଯାଇଛି । ଓଡ଼ିଶାରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ୧୫,୯୭,୮୭୦କୁ ବୃଦ୍ଧି ପାଇଛି । ଉତର ପୂର୍ବରେ ୱି ପକ୍ଷରୁ ଜୁନ୍‌ରେ ୪୨୪୭ ନୂଆ ଗ୍ରାହକ ଯୋଡ଼ିବା ପରେ କଂପାନିର ମୋଟ ଗ୍ରାହକ ସଂଖ୍ୟା ୯,୨୧,୬୮୦ରେ ପହଂଚିଛି ।
ଜୁନ୍‌ରେ ୱି ପକ୍ଷରୁ ହିମାଚଳ ପ୍ରଦେଶ, ମୁମ୍ବାଇ, ଉତର ପୂର୍ବ ସର୍କଲ୍‌ରେ ସକ୍ରିୟ ଗ୍ରାହକ ଯୋଡ଼ାଯାଇଛି । ହିମାଚଳ ପ୍ରଦେଶରେ କଂପାନି ୧୩,୯୮୦ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ମୁମ୍ବାଇରେ ୨,୦୭,୬୫୨ ଏବଂ ଉତର ପୂର୍ବାଚଂଳ ରାଜ୍ୟରେ ୬୨୨ ନୂଆ ଗ୍ରାହକ ଯୋଡ଼ିଛି ।

Share

Leave a Reply

Your email address will not be published. Required fields are marked *

four × four =