ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣରେ ଟିପିସିଓଡିଏଲର ଗୁରୁତ୍ୱପୂର୍ଣ୍ଣ ଭୂମିକା

ପ୍ରକଳ୍ପ ପାଇଁ ଚବିଶ ଘଂଟା କାମ କରିବା ଲାଗି ୩୦୦ ଅଧିକାରୀ ମୂତୟନ
ସମସ୍ତ ବିଦ୍ୟୁତ ସବ୍‌ଷ୍ଟେସନ୍‌ରେ ପ୍ରତିଷେଧମୂକଳ ରକ୍ଷଣାବେକ୍ଷଣ ସହ ଲୋଡ୍ ଅଭିବୃଦ୍ଧି ଓ ବସ୍ ଚାର୍ଜିଂ ଚାହିଦା ପୂରଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପୁରୀ ଜଗନ୍ନାଥ ଐତିହ୍ୟ କରିଡର୍ ପାଇଁ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି । ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଭିତିଭୂମିରେ ଉନ୍ନତି ଆଣିବା ଲକ୍ଷ୍ୟ ରଖି ଏହି ପ୍ରମୁଖ ପ୍ରକଳ୍ପକୁ ପ୍ରସ୍ତୁତ କରାଯାଇଛି ।
ଏହି ଐତିହ୍ୟ ପ୍ରକଳ୍ପରେ ବିଦ୍ୟୁତ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି ଯେଉଁଥିରେ ସାମିଲ ରହିଛି ଜେଲ୍ ରୋଡ୍‌ରେ ବହୁତଳ କାର୍ ପାର୍କିଂ, ଜଗନ୍ନାଥ ବଲ୍ଲଭ ପାର୍କିଂ, ମହୋଦଧି ମାର୍କେଟ କମ୍ପେ୍ଲକ୍ସ, ମୁନିସ୍‌ପାଲିଟି ମାର୍କେଟ କମ୍ପେ୍ଲକ୍ସ ।
ଏହି ଐତିହ୍ୟ କରିଡର୍ ପାଇଁ ସମସ୍ତ ଚେଂଜ୍‌ଓଭର ପଏଂଟ୍‌ରେ ଚବିଶ ଘଂଟା କାମ କରିବା, ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ (ପିଏସ୍‌ଏସ୍‌)ର ପରିଚାଳନା ପାଇଁ ଉତ୍ସର୍ଗୀକୃତ ଅପରେଟର, ସହରରେ ସମସ୍ତ ୩୩/୧୧ କେଭି ପିଏସ୍‌ଏସ୍‌ର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଲାଗି ୩୦୦ ଅଧିକାରୀଙ୍କୁ ମୂତୟନ କରାଯାଇଥିଲା । ଏଥି ସହିତ ବସ୍ ଚାର୍ଜିଂ ଷ୍ଟେସନ୍‌, ଏସି ହାଙ୍ଗର ଏବଂ ବ୍ୟାପକ ସ୍ଥାନରେ ଲାଇଟିଙ୍ଗ ବ୍ୟବସ୍ଥା କରାଯାଇଥିଲା ।
ଉଚ୍ଚମାନର ସେବା ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ଏହାର ପରିଚାଳନା କ୍ଷମତାକୁ ସୁଦୃଢ଼ କରିଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ସବ୍‌ଷ୍ଟେସନ (ପିଏସ୍‌ଏସ୍‌)କୁ ସୁଦୃଢ଼ କରାଯାଇଛି ଏବଂ ଓପିଟିସିଏଲ୍ ଗ୍ରିଡ୍ ସବ୍‌ଷ୍ଟେସନଗୁଡିକରେ ବାସ୍ତବ ସମୟରେ ଲୋଡ୍ ପରିଚାଳନା କରିବା ପାଇଁ ଟିମ୍ ନିୟୋଜିତ କରାଯାଇଥିଲା । ବର୍ଦ୍ଧିତ ଲୋଡ୍ ଚାହିଦାକୁ ନିୟନ୍ତ୍ରଣ କରିବା ପାଇଁ ୩୩/୧୧ କେଭି ତାଳବଣିଆ ପିଏସ୍‌ଏସ୍‌ରେ ପାୱାର ଟ୍ରାନ୍ସଫର୍ମର (ପିଟିଆର)କୁ ୮ ଏମ୍‌ଭିଏରୁ ୧୨.୫ ଏମ୍‌ଭିଏକୁ ଅପଗ୍ରେଡ୍ କରାଯାଇଥିଲା ।
ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ପିଏସ୍‌ଏସ୍‌, କଷ୍ଟମର୍ ସର୍ଭିସ୍ ଷ୍ଟେସନ୍ (ସିଏସ୍‌ଏସ୍‌), ବଂଟନ ସବ୍‌ଷ୍ଟେସନ୍ (ଡିଏସ୍‌ଏସ୍‌) ଓ ଫିଡର ପିଲାରରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଯାଇଥିଲା । ସୁରକ୍ଷିତ କାର୍ଯ୍ୟ ପରିବେଶ ବଜାୟ ରଖିବା ଏବଂ ଏହାର ଭିତିଭୂମିର ସୁରକ୍ଷା ପାଇଁ ଏହି ପଦକ୍ଷେପ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାର ଏକ ଅଂଶ । ସମସ୍ତ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ରେ ଯେପରି ଠିକ୍ ଭାବେ ମିଟର ଲଗାଯାଇପାରିବ ତାହା ମଧ୍ୟ କମ୍ପାନି ସୁନିଶ୍ଚିତ କରିଛି । ଫଳରେ ୧୫ଟି ସ୍ଥାନରେ ସମୁଦାୟ ୨୨୦୦ କିଲୋୱାଟ୍ ବିଦ୍ୟୁତ ଚାହିଦା ଥିବା ୨୩ଟି ସଂଯୋଗ ସ୍ଥାପନ କରାଯାଇଛି । ବିଦ୍ୟୁତ ଯୋଗାଣରେ ଯେକୌଣସି ପ୍ରକାର ପ୍ରତିବନ୍ଧକକୁ ରୋକିବା ଲାଗି ଏକ ଉତ୍ସର୍ଗୀକୃତ ଡିଜେଲ ଜେନେରେଟର (ଡିଜି) ବ୍ୟାକଅପ୍ ବ୍ୟବସ୍ଥା କରାଯାଇଥିଲା ।
ଶ୍ରୀମନ୍ଦିରର ବିଦ୍ୟୁତ ଯୋଗାଣ ଯେପରି ସ୍ଥିର ଓ ସ୍ଥାୟୀ ରହିବ ସେଥିପାଇଁ ବଳିଆପଣ୍ଡା ପିଏସ୍‌ଏସ୍ ରେ ଏକ ସ୍ୱତନ୍ତ୍ର ପିଟିଆର-୩ ବ୍ୟବସ୍ଥା କରାଯାଇଛି ।
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ପ୍ରଗତିକୁ ଶକ୍ତି ପ୍ରଦାନ କରିବା ଲାଗି ଟିପିସିଓଡିଏଲ୍‌ରେ ଆମେ ପ୍ରତିବଦ୍ଧ ରହିଛୁ ଏବଂ ଆମର ଉତ୍ସର୍ଗୀକୃତ ଟିମ୍‌, ସୁଦୃଢ଼ ଭିତିଭୂମି ଏବଂ ସୁରକ୍ଷା ଓ ଭରସାଯୋଗ୍ୟତା ଉପରେ ଗୁରୁତ୍ୱ ଆମକୁ ଏହି ପବିତ୍ର ସହରକୁ ଆଲୋକିତ କରିବା ପାଇଁ ସକ୍ଷମ କରିଛି । ପୁରୀର ଆଲୋକୀକରଣ କରିଥିବାରୁ ଆମେ ବେଶ ଗର୍ବିତ ଏବଂ ଏଭଳି ଅର୍ଥପୂର୍ଣ୍ଣ ଢଙ୍ଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପ୍ରତି ଯୋଗଦାନ ପ୍ରଦାନ କରିବା ପାଇଁ ସୁଯୋଗ ପାଇଥିବାରୁ ଆମେ ବେଶ କୃତଜ୍ଞ ।’’
ଟିପିସିଓଡିଏଲ୍ ଏହାର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରିବା ଲାଗି ପ୍ରତିବଦ୍ଧ ରହିଛି । ଏକ ଦକ୍ଷ ଶ୍ରମଶକ୍ତି ଓ ବୈଷୟିକ ବିଶେଷତାକୁ ନେଇ ଟିପିସିଓଡିଏଲ୍ ସେବା ଓ ପରିଚାଳନାର ଉଚ୍ଚ ମାନଦଣ୍ଡ ସୁନିଶ୍ଚିତ କରିଛି ।

Share

Leave a Reply

Your email address will not be published. Required fields are marked *

5 − 2 =