ଟିପିସିଓଡିଏଲ୍ ପକ୍ଷରୁ ବାଲିଯାତ୍ରା କୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ର ବ୍ୟବସ୍ଥା

– ଉତ୍ସର୍ଗୀକୃତ ଫ୍ୟୁଜ୍ କଲ୍ ସେଂଟର ଏବଂ ୨୪ ଘଂଟିଆ ଗ୍ରାହକ ସହାୟତା ଶିବିର
– ଟ୍ରାନ୍ସଫର୍ମର କ୍ଷମତା ବୃଦ୍ଧି ସହ ଟ୍ରଲି-ମାଉଂଟେଡ୍ ଟ୍ରାନ୍ସଫର୍ମର
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) କଟକରେ ଅନୁଷ୍ଟିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ବାଲିଯାତ୍ରା ୨୦୨୩କୁ ନିରବଚ୍ଛିନ୍ନ ଓ ନିରାପଦ ବିଜୁଳି ଯୋଗାଣ ପାଇଁ ଏହାର ପ୍ରତିବଦ୍ଧତା ଦୋହରାଇଛି । କଟକ ବାଲିଯାତ୍ରା ୨୦୨୩ ନଭେମ୍ବର ୨୭ରୁ ଆରମ୍ଭ ହୋଇ ଆଠ ଦିନ ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବ ଓଡ଼ିଶାର ସାମୁଦ୍ରିକ ଇତିହାସକୁ ପାଳନ କରୁଥିବା ବେଳେ ଏହା ହେଉଛି ଏସିଆର ସର୍ବବୃହତ ମୁକ୍ତ ବାଣିଜ୍ୟ ମେଳା ।
ନିରାପତା ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ସ୍ୱରୂପ, ୧୧ କେଭି ଅଣ୍ଡରଗ୍ରାଉଣ୍ଡ୍ ତାର ବିଛାଇବା, ୧୧ କେଭି ଓଭରହେଡ୍ ନେଟୱାର୍କକୁ ସୁରକ୍ଷିତ କରିବା, ସମଗ୍ର ଏଲଟି ନେଟୱାର୍କ ପାଇଁ ଇନସୁଲେଟେଡ୍ କେବୁଲ ବ୍ୟବହାର କରିବା, ସବଷ୍ଟେସନଗୁଡ଼ିକକୁ ଆବନ୍ଧ କରିବା ଏବଂ ଦକ୍ଷ ମାନବ ସମ୍ବଳ ସହିତ ଉପଯୁକ୍ତ ମିଟର ମାଧ୍ୟମରେ ଗ୍ରାହକ ସଂଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ବାଲିଯାତ୍ରା ସମୟରେ ବିଦ୍ୟୁତ ଯୋଗାଣର ସ୍ଥାୟିତ୍ୱରେ ଉନ୍ନତି ଆଣିବା ଲାଗି ତିନିଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭ୍ରାମ୍ୟମାଣ ଟ୍ରାନ୍ସଫର୍ମର ମୂତୟନ କରାଯାଇଛି ।
ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରି ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ଲାଗି ୧୬୦୦ରୁ ଅଧିକ ମାନବ ଦିବସ ଉତ୍ସର୍ଗ କରାଯାଇଛି । ୨୦୨୩ ନଭେମ୍ବର ୧୩ ପରଠାରୁ କଂପାନି ପକ୍ଷରୁ ୧୦ଟି ଫ୍ୟୁଜ୍ କଲ୍ ସେଂଟର (ଏଫ୍‌ସିସି) ଏବଂ ଗ୍ରାହକ ଶିବିର ପ୍ରତିଷ୍ଠା କରାଯାଇଛି ଯେଉଁଥିରେ ନୂତନ ସଂଯୋଗ ବିଷୟରେ ପଚରାଉଚରା ଏବଂ ଅନ୍ୟାନ୍ୟ ପ୍ରଶ୍ନର ସମାଧାନ କରାଯାଇଛି ।
ଯେକୌଣସି ବିଜୁଳି ସମ୍ବନ୍ଧୀୟ ଅଭିଯୋଗ ପାଇଁ ଗ୍ରାହକମାନେ ୦୬୭୧-୨୯୯୦୨୨୭/୧୨୭ କିମ୍ବା ୧୯୧୨/ ୧୮୦୦-୩୪୫-୭୧୨୨ ନମ୍ବରରେ ଯୋଗାଯୋଗ କରିପାରିବେ । ସେମାନେ କୌଣସି ପ୍ରଶ୍ନ କିମ୍ବା ଅଭିଯୋଗ କରିବା ସମୟରେ କାଉଂଟର ନମ୍ବର, ଧାଡ଼ି ନମ୍ବର ଏବଂ କ୍ଷେତ୍ର ବିଷୟରେ ସୂଚନା ଦେଇପାରିବେ ।
ଟିପିସିଓଡିଏଲ୍ ଏହାର ଷ୍ଟଲରେ ବିଭିନ୍ନ ଅଫର ଏବଂ ସମାଧାନ, ଯେପରିକି ବିଭିନ୍ନ ଡିଜିଟାଲ ପେମେଂଟ୍ ମାଧ୍ୟମ, ନୂତନ ସଂଯୋଗ ଅଫର ଏବଂ ନିରାପତା ମାର୍ଗଦର୍ଶିକା ମଧ୍ୟ ପ୍ରଦର୍ଶିତ କରିବ ।
ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଗଭୀର ଭାବେ ଜଡ଼ିତ ବାଲିଯାତ୍ରା ବିଭିନ୍ନ ଖାଦ୍ୟପେୟ ଓ ବାଣିଜ୍ୟ ମେଳାଠାରୁ ଆରମ୍ଭ କରି ଇତିହାସ ଓ ହସ୍ତତନ୍ତ ଉପରେ ଆକର୍ଷଣୀୟ ପ୍ରଦର୍ଶନୀ ସହ ପାରମ୍ପରିକ ରୀତିନୀତି ସହ ବିଭିନ୍ନ ବୟସର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
ବାଲିଯାତ୍ରା ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ,‘‘ ସୁରକ୍ଷା ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତା ଏହି ବାଲିଯାତ୍ରାକୁ ସମସ୍ତଙ୍କ ପାଇଁ ଆନନ୍ଦଦାୟକ ଓ ଅତ୍ୟନ୍ତ ସୁରକ୍ଷିତ ରଖିବା ସୁନିଶ୍ଚିତ କରିବ । ଅଧିକୃତ ବିଦ୍ୟୁତ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ନିଷ୍ଠାର ସହ ପାଳନ କରିବାକୁ ଆମେ ଜନସାଧାରଣଙ୍କୁ ଉତ୍ସାହିତ କରୁଛୁ । ଜରୁରୀକାଳୀନ ପରିସ୍ଥିତିରେ ଦୟାକରି ବିନା ଦ୍ୱିଧାରେ ଆମର ଦେୟମୁକ୍ତ ହେଲପ୍‌ଲାଇନ ନମ୍ବରରେ ଯୋଗାଯୋଗ କରନ୍ତୁ ।’’
ବାଲିଯାତ୍ରା ଚାଲିଥିବା ବେଳେ ଏହି ଉତ୍ସବକୁ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ଓ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିବା ପାଇଁ ଟିପିସିଓଡିଏଲ୍ ସମର୍ପିତ ରହିଛି । ଟିପିସିଓଡିଏଲ୍‌- ଆପଣଙ୍କ ପାଇଁ, ଆପଣଙ୍କ ସହିତ, ସର୍ବଦା ।

Share

Leave a Reply

Your email address will not be published. Required fields are marked *

two + 16 =