Business

ଏକ୍ସିକମ୍ ଟେଲି-ସିଷ୍ଟମ୍‌ସ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର ୨୦୨୪ ଫେବ୍ରୁଆରି ୨୭ରେ ଖୋଲିବ

ଭୁବନେଶ୍ୱର: ଏକ୍ସିକମ୍ ଟେଲି ସିଷ୍ଟମ୍‌ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଫେବ୍ରୁଆରି ୨୭, ମଙ୍ଗଳବାର ଖୋଲିବ । ଏଥିରେ ୩୨୯ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍‌ରେ ନିବେଶକମାନେ ୭,୦୪୨,୨୦୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୧୩୫ ଟଙ୍କାରୁ ୧୪୨ ଟଙ୍କା ମଧ୍ୟରେ ରହିବ । ନିବେଶକମାନେ ସର୍ବନିମ୍ନ ୧୦୦ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପରିବେ ଏବଂ ଏହା ପରେ ୧୦୦ ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ ।
ଆଙ୍କର ନିବେଶକମାନେ ୨୦୨୪ ଫେବ୍ରୁଆରି ୨୬ ସୋମବାର ବିଡ୍ ଦାଖଲ କରିପାରିବେ । ଏହି ଅଫରର ବିଡ୍ ୨୦୨୪ ଫେବ୍ରୁଆରି ୨୯ରେ ବନ୍ଦ ହେବ ।
ଏଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ତେଲେଙ୍ଗାନାରେ ସ୍ଥାପନ କରିବାକୁ ଥିବା କାରଖାନାର ଉତ୍ପାଦନ ଲାଇନ୍‌ରେ ୧୪୫.୭୨ କୋଟି ଟଙ୍କା, କମ୍ପାନିର ଋଣ ପରିଶୋଧ କରିବା ଲାଗି ୫୦.୨୯ କୋଟି ଟଙ୍କା, କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ୬୯ କୋଟି ଟଙ୍କା, ଆର୍‌ଆଣ୍ଡ୍‌ଡି ଓ ଉତ୍ପାଦ ବିକାଶରେ ନିବେଶ ପାଇଁ ୪୦ କୋଟି ଟଙ୍କା ବ୍ୟବହାର କରିବ ଏବଂ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ ।
ଏଥିରେ ଅଫର୍ ଫର୍ ସେଲ୍‌ରେ ନେକ୍ସଟ୍‌ୱେଭ୍ କମ୍ୟୁନିକେସନ ପ୍ରାଇଭେଟ୍ ଲିମିଟେଡ୍ ୭,୦୪୨,୨୦୦ ଇକ୍ୱିଟି ସେୟାର ବିକ୍ରି କରିବେ । ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୭୫ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।

ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ମୋନାର୍ଚ ନେଟୱର୍ଥ କ୍ୟାପିଟାଲ୍ ଲିମିଟେଡ୍‌, ୟୁନିଷ୍ଟୋନ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସିଷ୍ଟମେଟିକ୍ କର୍ପୋରେଟ୍ ସର୍ଭିସେସ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

2 × four =