ସୋନି ଇଣ୍ଡିଆ ପକ୍ଷରୁ ଇନ୍‌ଜୋନ୍ ଏଚ୍‌୫ ଓୟାରଲେସ୍ ଗେମିଂ ହେଡ୍‌ସେଟ୍ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ଯେ, ଇନ୍‌ଜୋନ୍ ଏଚ୍‌୫ ଓୟାରଲେସ୍ ହେଡ୍‌ସେଟ୍ ନିରବଚ୍ଛିନ୍ନ ଭାବେ ୨୮ ଘଂଟା ଗେମ୍ ଖେଳିବାର ସୁବିଧା ପ୍ରଦାନ କରିବା ସହ ପିସିରେ ବହୁ ସମୟ ଗେମ୍ ଖେଳିବା ବେଳେ ଆରାମକୁ ସୁନିଶ୍ଚିତ କରିବ । ଇସ୍ପୋର୍ଟସ୍ ଟିମ୍ ଫନାଟିକ୍ ସହଯୋଗିତାରେ ପ୍ରସ୍ତୁତ ଇନ୍‌ଜୋନ୍ ଏଚ୍‌୫କୁ ଗେମ୍‌ରେ ଆଗରେ ରହିବା ଲାଗି ପ୍ରସ୍ତୁତ କରାଯାଇଛି । ୩୬୦ ସ୍ପାଟିଆଲ୍ ସାଉଣ୍ଡ ଯାହା ୩ଡି ସାଉଣ୍ଡ ସ୍ପଷ୍ଟ ଓ ତୀକ୍ଷ୍‌ଣ ସାଉଣ୍ଡର ଅନୁଭୂତି ପ୍ରଦାନ କରିବ ।
ଏହାର ଓଜନ ୨୬୦ ଗ୍ରାମ ରହିଛି । ଏଥିରେ ଥିବା କୋମଳ ଇୟର ପ୍ୟାଡ୍ ଏବଂ ଲୋ ପ୍ରେସର ଡିଜାଇନ୍ ବହୁ ସମୟ ଗେମ୍ ଖେଳିବା ବେଳେ ଆରାମକୁ ସୁନିଶ୍ଚିତ କରିବ । ହାଲୁକା ଗଠନ, ଆରାମ ଓ ଦୀର୍ଘସ୍ଥାୟିତ୍ୱର ଏହା ଏକ ଚମତ୍କାର ସମିଶ୍ରଣ ଯାହା ଏହାକୁ ପିସିରେ ଲମ୍ବା ସମୟ ଗେମ୍ ଖେଳିବା ଲାଗି ଉପଯୁକ୍ତ କରିପାରିଛି ।
ଏଆଇ ଭିତିକ କୋଳାହଳ ହ୍ରାସ କରୁଥିବା ସୁବିଧା ଏବଂ ବାଇ-ଡିରେକ୍ସନାଲ୍ ମାଇକ୍ରୋଫୋନ୍‌ରେ ଅତି ସ୍ପଷ୍ଟ ସ୍ୱରକୁ ଅନୁଭବ କରନ୍ତୁ । ଆପଣଙ୍କ କଥା ସେଭଳି ଭଲ ଭାବେ ଶୁଭିବ ତାହାକୁ ଏହା ଅଗ୍ରାଧିକାର ଦେବ, ଫଳରେ ଗେମ୍ ରଣନୀତିକୁ ଆପଣ ଉପଯୁକ୍ତ ଢଙ୍ଗରେ କାର୍ଯ୍ୟକାରୀ କରିପାରିବେ ।
ୟୁଏସ୍‌ବି ଡଙ୍ଗଲ୍ ସହ ୨.୪ ଗିଗାହର୍ଜର ଓୟାରଲେସ୍ ସଂଯୋଗ ଆପଣମାନଙ୍କୁ ବିନା କେବୁଲରେ ୨୮ ଘଂଟା ପର୍ଯ୍ୟନ୍ତ ଖେଳିବାର ସୁବିଧା ପ୍ରଦାନ କରିବ ।
ଇନ୍‌ଜୋନ୍ ଏଚ୍‌୫କୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଆପଣ ଗେମ୍ ଖେଳିବା ବେଳେ ଚମତ୍କାର ଅଡିଓ ଅନୁଭୂତି ପ୍ରଦାନ କରିବ । ପାଦର ଶବ୍ଦଠାରୁ ବିସ୍ଫୋରଣ ପର୍ଯ୍ୟନ୍ତ ସବୁ କିଛି ଜୀବନ୍ତ ଲାଗିବ । ଏଥିରେ ସ୍ୱରକୁ ସେଟ୍ କରିବା ଲାଗି ମଧ୍ୟ ବ୍ୟବସ୍ଥା ରହିଛି ।
ଏହାର ଦାମ୍ ୧୫,୯୯୦ ଟଙ୍କା ରହିଥିବା ବେଳେ କଳା ଓ ଧଳା ରଙ୍ଗରେ ତାହା ୨୦୨୩ ନଭେମ୍ବର ୩୦ରୁ ଉପଲବ୍ଧ ହେବ । ଗ୍ରାହକମାନେ ସୋନି ରିଟେଲ ଷ୍ଟୋର୍‌, ସପ୍‌ଆଟ୍‌ଏସ୍‌ସି ଡଟ୍ କମ୍ ପୋର୍ଟାଲ, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଏବଂ ଇ-କମର୍ସ ୱେବସାଇଟ୍‌ରୁ ଏହାକୁ କିଣିପାରିବେ ।

Share

Leave a Reply

Your email address will not be published. Required fields are marked *

4 × 2 =