ରାଜଧାନୀରୁ ଆଉ ୯୦ କରୋନା ପଜିଟିଭ

ଭୁବନେଶ୍ୱର() ଭୁବନେଶ୍ୱରରେ ଆଉ ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି ପାଇଛି । ୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରଣ୍ଟାଇନ୍ ସେଣ୍ଟରରୁ ୬୩ ଏବଂ ଲୋକାଲ୍ କେସ୍ ୨୭ ରହିଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୭ଜଣଙ୍କ ମଧ୍ୟରୁ ଜଣେ ବିଜେବି ନଗରରୁ ୨୭ବର୍ଷୀୟ ଯୁବକ, ଜଣେ ଜାଗମରାରୁ ୨୬ବର୍ଷୀୟ ଯୁବକ, ଘଟିକିଆରୁ ଜଣେ ୫୦ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୬୨ବର୍ଷୀୟ ବୃଦ୍ଧା, ପୋଖରୀପୁଟରୁ ୬୧ ଓ ୮୪ବର୍ଷୀୟ ଦୁଇ ପୁରୁଷ, ଓଲ୍ଡ ଟାଉନରୁ ଜଣେ ୪୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୨୩ବର୍ଷୀୟ ଯୁବକ, ଭରତପୁରରୁ ଜଣେ ୫୨ ଓ ୩୦ ବର୍ଷୀୟ ପୁରୁଷ, ରସୁଲଗଡ଼ରୁ ଜଣେ ୩୬ବର୍ଷୀୟ ପୁରୁଷ, ଚନ୍ଦ୍ରଶେଖପୁରରୁ ୩୧ ଓ ୫୭ ବର୍ଷୀୟ ପୁରୁଷ,ବିଶେଶ୍ୱର ବସ୍ତିରୁ ଜଣେ ୪୦ବର୍ଷୀୟ ପୁରୁଷ, ନୟାପଲ୍ଳୀରୁ ଜଣେ ୩୦ବର୍ଷୀୟ ଯୁବକ, ୟୁନିଟ ୪ରୁ ୨୭ବର୍ଷୀୟ ଯୁବକ, ରସୁଲଗଡ଼ରୁ ୧୬ ବର୍ଷୀୟ ଯୁବକ ଓ ୫୦ବର୍ଷୀୟ ବୃଦ୍ଧ, ଖଣ୍ଡଗିରିରୁ ଜଣେ ୬୫ବର୍ଷୀୟ ବୃଦ୍ଧ ଓ ୭ବର୍ଷୀୟ କନ୍ୟା ଶିଶୁ, ମହାବୀର ବସ୍ତିରୁ ଜଣେ ୨୩ବର୍ଷୀୟ ଯୁବକ, କୋଳଥିଆରୁ ୩୦ବର୍ଷୀୟ ମହିଳା, ପାତ୍ରପଡ଼ାରୁ ଜଣେ ୩୮ବର୍ଷୀୟ ପୁରୁଷ, ଖଣ୍ଡଗିରିରୁ ଜଣେ ୩୯ବର୍ଷୀୟ ପୁରୁଷ, ବରମୁଣ୍ଡାରୁ ୨୪ବର୍ଷୀୟ ଓ ୩୫ବର୍ଷୀୟ ମହିଳା, ଘରୋଇ ହସ୍ପିଟାଲରୁ ଜଣେ ୩୦ବର୍ଷୀୟ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × three =