ଦୀପାବଳିରେ ଭୁବନେଶ୍ୱର ଓ ବାଲେଶ୍ୱରରେ ଅନଗ୍ରସର ପିଲାମାନଙ୍କ ପାଇଁ ଖୁସି ଆଣିଲା ୱି

ଭୁବନେଶ୍ୱର: ଉତ୍ସବ ଲୋକମାନଙ୍କୁ ଏକତ୍ରୀତ କରେ ଏବଂ ମିଳିତ ଭାବେ ପାଳନ କଲେ ଖୁସି ବହୁଗୁଣିତ ହୋଇଥାଏ । ଭାରତ ଦୀପାବଳି ପାଳନ କରୁଥିବା ବେଳେ ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି ପକ୍ଷରୁ ଓଡ଼ିଶାରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଅନ୍ତର୍ଭୁକ୍ତୀକରଣର ଭାବକୁ ଗ୍ରହଣ କରାଯାଇଛି ।
ୱିର ସଦ୍ୟତମ ଅଭିଯାନ “ବି ସମ୍‌ୱାନ୍‌ସ ୱି’ ଦର୍ଶାଇଛି ଯେ ଛୋଟ ଆଭିମୁଖ୍ୟ ଜଣଙ୍କୁ ଯତ୍ନ କରିବା ଭଳି ଭାବନା ପ୍ରଦାନ କରିଥାଏ । ସେହି ପରିକଳ୍ପନାରୁ ଅନୁପ୍ରାଣିତ ହୋଇ ୱିର ଦୀପାବଳି ଅଭିଯାନରେ ଅନଗ୍ରସର ପିଲା, ଦିବ୍ୟାଙ୍ଗ ଓ ରାସ୍ତାକଡ଼ ପିଲା ଏବଂ ଅନାଥାଶ୍ରମରେ ରହୁଥିବା ପିଲାମାନଙ୍କ ମୁହଁରେ ଉତ୍ସବର ଖୁସି ଆଣି ଦେଇଛି । ୱି ପକ୍ଷରୁ ଭୁବନେଶ୍ୱର ଓ ବାଲେଶ୍ୱରରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା ।
ଉତ୍ସବ ଋତୁରେ ଖୁସି ବାଂଟିବା ଲାଗି ୱିର ଭୁବନେଶ୍ୱର ଓ ବାଲେଶ୍ୱରରେ ଥିବା କର୍ମଚାରୀମାନେ ଅନାଥାଶ୍ରମ ପରିଦର୍ଶନ କରି ଅନ୍ତେବାସୀମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ଏଥି ସହିତ ସେମାନେ ବିଭିନ୍ନ ଖେଳ ଓ କୌତୁକିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପିଲାମାନଙ୍କୁ ସେମାନେ ଚକୋଲେଟ ଓ ଉପହାର ଦେଇ ସେମାନଙ୍କ ଉତ୍ସବ ପାଳନକୁ ସ୍ମରଣୀୟ କରିଥିଲେ ।
ଓଡ଼ିଶାବାସୀଙ୍କୁ ଦୀପାବଳି ଶୁଭକାମନା ପ୍ରଦାନ କରି ଭୋଡାଫୋନ୍ ଆଇଡିଆର ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ସର୍କଲ ପରିଚାଳନା ମୁଖ୍ୟ ସିଦ୍ଧାର୍ଥ ତିୱାରୀ କହିଛନ୍ତି ଯେ, “ଆଲୋକର ପର୍ବ ଦୀପାବଳି ହେଉଛି ମନ୍ଦ ଉପରେ ଭଲର ବିଜୟକୁ ଦର୍ଶାଉଛି ଯାହାକୁ ସାରା ଦେଶରେ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଉଛି । ଏହି ପବିତ୍ର ଉତ୍ସବ ସମୟରେ ଆମ ଅଭିଯାନ ୱିର କାର୍ଯ୍ୟକ୍ରମ ବି ସମୱାନସ ୱି ଅନୁସାରେ ଅନ୍ତର୍ଭୁକ୍ତୀକରଣ ଓ ଏକତ୍ୱର ଅଭ୍ୟାସର ପ୍ରସାର କରୁଛି । ଏହି ଦୀପାବଳିରେ ଅନ୍ୟ କାହା ମୁହଁରେ ହସ ଫୁଟାଇବା ଲାଗି ଆମେ ପ୍ରତିଟି ନାଗରିକଙ୍କୁ ଆହ୍ୱାନ ଦେଉଛୁ । ମିଳିତ ଭାବେ ସମସ୍ତଙ୍କ ପାଇଁ ଦୀପାବଳି ଶୁଭକାମନାକୁ ନିଶ୍ଚିତ କରିପାରିବା ଏବଂ କେହି ନିଜକୁ ଏକୁଟିଆ ଭାବିବେ ନାହିଁ ।’’
ବିଭିନ୍ନ ପ୍ରକାର ପରିସ୍ଥିତି ଯୋଗୁଁ ନିଜକୁ ଯେଉଁମାନେ ବଂଚିତ ବୋଲି ଭାବୁଛନ୍ତି ଏହି ଦୀପାବଳିରେ ସେମାନଙ୍କୁ ଖୁସି ଓ ଭଲ ପାଇବା ପ୍ରଦାନ କରିବାର ଏକ ସାମଗ୍ରିକ ଉଦ୍ୟମ ହେଉଛି ୱିର “ବି ସମୱାନ୍‌ସ ୱି’ ଅଭିଯାନ । ସମାଜର ସମସ୍ତ ସଦସ୍ୟଙ୍କ ସହ ଏକଜୁଟତା ଏବଂ ଅନ୍ତର୍ଭୁକ୍ତୀକରଣର ଭାବ ବାଂଟିବା ଲାଗି ୱି ପ୍ରତିବଦ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

three × three =